ଓଡିଶା

odisha

By

Published : Jan 17, 2023, 9:23 AM IST

ETV Bharat / state

ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିବ ଡ୍ରୋନ୍, ଅର୍ଥ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚିଲିକା ଏବଂ ଭିତରକନିକା ଆଦ୍ରଭୂମି ଅଞ୍ଚଳରେ ବେଆଇନ ଘେରୀ ସହ ପଶୁ ସଂରକ୍ଷଣକୁ ପ୍ରାଧାନ୍ୟ । ବେଆଇନ୍ କାର୍ଯ୍ୟକଳାପ ଉପରେ ଡ୍ରୋନ୍ ରଖିବ ନଜର । ଆବଶ୍ୟକ ଅର୍ଥ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଡ୍ରୋନ୍ ରଖିବ ନଜର
ଡ୍ରୋନ୍ ରଖିବ ନଜର

କଟକ: ଚିଲିକା ଏବଂ ଭିତରକନିକା ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିବ ଡ୍ରୋନ୍ । ଏନେଇ ଆବଶ୍ୟକ ଅର୍ଥ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଲାର ଚିଲିକା ଅଞ୍ଚଳରେ ଏହାର ପରୀକ୍ଷା ମୂଳକ ଭାବେ ଡ୍ରୋନର ବ୍ୟବହାର ହୋଇଥିବା ନେଇ ହାଇକୋର୍ଟରେ ତଥ୍ୟ ପ୍ରଦାନ କରିଛନ୍ତି ସରକାର । ତୁରନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ ମାସ 15 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ ।

ଚିଲିକା ଓ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରୀ ଗଢି ଉଠୁଥିବାରୁ ଡ୍ରୋନ୍ ସର୍ଭେ କରାଯିବ । ଏଥିପାଇଁ ଅର୍ଥ ରାଶି ଅନୁମୋଦନ ପାଇଁ ରାଜସ୍ୱ ସଚିବଙ୍କୁ ଚିଠି ଲେଖିଥିଲେ ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାପାଳ। । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ତହସିଲ ଓ ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଦୁଇଟି ଡ୍ରୋନ୍ ନିୟୋଜନ ଏବଂ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରେ ଗୋଟିଏ ଡ୍ରୋନ୍ ନିୟୋଜନ ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

ଏ ସମ୍ପର୍କରେ ଉଭୟ ଜିଲ୍ଲାପାଳ ସତ୍ୟପାଠ ମାଧ୍ୟମରେ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।,"ସ୍ଥଳପଥ ଓ ଜଳପଥରେ ବୋଟ ମାଧ୍ୟମରେ ପୋଲିସ ପାଟ୍ରୋଲିଂ ଠିକ ଭାବେ ହେଉ ନ ଥିବାରୁ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ କରାଯିବା ଜରୁରୀ । ଏହାକୁ ନେଇ ହାଇକୋର୍ଟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଡ୍ରୋନ୍ କ୍ୟାମେରା ସରଞ୍ଜାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାଦ୍ବାରା ଆଦ୍ରଭୂମି ଅଞ୍ଚଳରେ ବେଆଇନ ଘେରୀ ହେବା କ୍ଷଣି ଜିଲ୍ଲା ପ୍ରଶାସନ ଜାଣିବା ସହ ତୁରନ୍ତ ଡ୍ରୋନ୍ କ୍ୟାମେରାର ଘେରୀ ଉଚ୍ଛେଦରେ ସହାୟକ ହେବ ବୋଲି ହାଇକୋର୍ଟ କହିଛନ୍ତି । ଏହା ସହିତ ଚିଙ୍ଗୁଡ଼ି ଚାଷ ପାଇଁ ସ୍ବତନ୍ତ୍ର ସରକାରୀ ପଲିସି କରିବାକୁ ଗତ ସେପ୍ଟେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ଚିଲିକାରେ କେଉଁ ସ୍ଥାନରେ କିଭଳି ଚିଙ୍ଗୁଡ଼ି ଚାଷ ହେବ ସେନେଇ ଏହି ପଲିସି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚିଲିକାରେ ଚିଙ୍ଗୁଡ଼ି ଘେରୀ ଯେତେ ଭାଙ୍ଗିଲେ ମଧ୍ୟ ପୁଣି ବେଆଇନ ଘେରୀ ହେଉଥିବାରୁ ପୂର୍ବ ଶୁଣାଣିରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, "ଏହି ଉଚ୍ଛେଦ କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପ୍ରଶାସନ ପାଟ୍ରୋଲିଂ କରିବ ବୋଲି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details