ଓଡିଶା

odisha

କଟକରେ ଭୃଣ ହତ୍ୟା ଅଭିଯୋଗରେ ଡାକ୍ତର ଅଟକ, କ୍ଲିନିକ ସିଲ୍

କଟକରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଓ ଭୃଣ ହତ୍ୟା ଅଭିଯୋଗରେ ଡାକ୍ତର ଅଟକ । କ୍ଲିନିକ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍ । ଅଧିକ ପଢନ୍ତୁ

By

Published : May 25, 2023, 8:20 AM IST

Published : May 25, 2023, 8:20 AM IST

ETV Bharat / state

କଟକରେ ଭୃଣ ହତ୍ୟା ଅଭିଯୋଗରେ ଡାକ୍ତର ଅଟକ, କ୍ଲିନିକ ସିଲ୍

ଭୃଣ ହତ୍ୟା ଅଭିଯୋଗରେ ଡାକ୍ତର ଅଟକ
ଭୃଣ ହତ୍ୟା ଅଭିଯୋଗରେ ଡାକ୍ତର ଅଟକ

କଟକ:କ୍ଲିନିକରେ ବେଆଇନ ଭାବେ ଚାଲିଥିଲା ଭୃଣ ହତ୍ୟା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅତର୍କିତ ଚଢାଉ କଲା ସ୍ବାସ୍ଥ୍ୟ ବିଭାଗ । ଗତକାଲି(ବୁଧବାର) କଟକ ସହରର ଫ୍ରେଣ୍ଡ୍ସ କଲୋନୀ ସ୍ଥିତ ଏକ କ୍ଲିନିକରେ ଚଢାଉ ହୋଇଛି । ଏଠାରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଓ ଭୃଣ ହତ୍ୟା ହେଉଥିବା ଅଭିଯୋଗ ପରେ ପୋଲିସ, ଜିଲ୍ଲା ପ୍ରଶାସନ ଓ ସିଡିଏମଓଙ୍କ ସ୍ବତନ୍ତ୍ର ଟିମ୍ ଏହି ଚଢାଉ କରିଥିଲେ । ଏହି ସମୟରେ ପାଖାପାଖି ୧୦ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଛି । ଭୃଣ ହତ୍ୟାରେ ସମ୍ପୃକ୍ତ ଡାକ୍ତର ପୂଣ୍ୟଶ୍ଲୋକ ଦାସଙ୍କୁ ଅଟକ ରଖାଯାଇଛି । ଏହି ଡାକ୍ତର ପୁରୀ ଜିଲ୍ଲାରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଥିବା ଚଢାଉ ଟିମ୍‌ର ସଦସ୍ୟ କହିଛନ୍ତି ।

ଏସସିବି ବଡ଼ ମେଡିକାଲ ନିକଟବର୍ତ୍ତୀ ଅଞ୍ଚଳ ଫେଣ୍ଡ୍ସ କଲୋନୀରେ ଚାଲିଥିଲା ଏହି ଅପରାଧିକ କାର୍ଯ୍ୟକଳାପ । ଫ୍ରେଣ୍ଡ୍ସ କଲୋନୀ ସ୍ଥିତ ନିଜର କ୍ଲିନିକରେ ଡାକ୍ତର ବେଆଇନ ଲିଙ୍ଗ ନିରୂପଣ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏନେଇ ଗତକାଲି ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍ କଟକ ସିଡିଏମଓଙ୍କ ସହାୟତାରେ କ୍ଲିନକରେ ଅତର୍କିତ ଚଢାଉ କରିଥିଲେ । ଏହି ସମୟରେ ଅନେକ ମହିଳା ଅଲଟ୍ରାସାଉଣ୍ଡ ପାଇଁ ସେଠାରେ ଥିବାବେଳେ ଭୃଣ ଚିହ୍ନଟର ପ୍ରମାଣ ମିଳିଥିଲା । ଏହାପରେ ଟିମ୍ ଡାକ୍ତରଙ୍କୁ ନିଜ ହେପାଜତକୁ ନେବା ସହ ଅଧିକ ପଚରାଉଚରା ପାଇଁ ମଙ୍ଗଳାବାଗ ପୋଲିସ ସହାୟତାରେ ସିଡିଏମଓ ଅଫିସ ନେଇଥିଲେ । ଏହାସହିତ ତାଙ୍କର କ୍ଲିନିକକୁ ମଧ୍ୟ ସିଲ୍ କରାଯାଇଥିଲା । ଅନ୍ୟପଟେ ଡାକ୍ତର ପୂଣ୍ୟଶ୍ଲୋକ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚଢାଉରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ସହ ସ୍ଥାନୀୟ ଥାନା ଅଧିକାରୀ ସାମିଲ ଥିଲେ ।

ଧରାପଡ଼ିଥିବା ଡାକ୍ତର ପୂଣ୍ୟଶ୍ଳୋକ ଦାସ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସରକାରୀ ହସ୍ପିଟାଲରେ ଅଛନ୍ତି । ଆଜିକୁ ଦୀର୍ଘ ଦିନ ହେବ ଡାକ୍ତର ନିଜ ଘରେ କ୍ଲିନିକ କରି ଏହି ବେଆଇନ କାର୍ଯ୍ୟ କରୁଥିଲେ । ମୋଟା ଅଙ୍କର ଟଙ୍କା ନେଇ ଗର୍ଭବତୀମାନଙ୍କୁ ଗର୍ଭସ୍ଥ ଶିଶୁର ଲିଙ୍ଗ ସମ୍ପର୍କରେ ଜଣାଉଥିଲେ । ଏସସିବି ମେଡିକାଲର ଅତି ନିକଟରେ ଚାଲିଥିଲା ଏହି କାରବାର । ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ କାଠଗୋଲା ଅଞ୍ଚଳରେ ଏହିଭଳି ବେଆଇନ କାର୍ଯ୍ୟରେ ଜଡିତ ଥିବା ଏକ ଲାବୋଟାରୀକୁ ସିଲ୍ କରାଯାଇଥିଲା ଓ ଏହାର ମାଲିକଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details