କଟକ: ସହରରେ ଅଳିଆ ଆବର୍ଜନାକୁ ନେଇ ବଢୁଛି ଚିନ୍ତା । ରାସ୍ତାଘାଟ ଯିଏ ଯେଉଁଠି ପାଇଲେ ଗଦା ଗଦା ଅଳିଆ ଫିଙ୍ଗି ଚାଲିଛନ୍ତି । ଏପଟେ କୋରୋନା ସଂକ୍ରମଣ ସାଙ୍ଗକୁ ଡରାଇଲାଣି ଡେଙ୍ଗୁ, ମ୍ୟାଲେରିଆ ରୋଗ । କାରଣ ବର୍ଷା ସମୟରେ ମଶା, ମାଛିଙ୍କ ଉତ୍ପାତ ଆରମ୍ଭ ହୋଇଯାଏ । ଯାହାକୁ ନେଇ ଆଜି ସିଏମସି ଲୋକଙ୍କୁ ତାଗିଦ କରିବା ସହ ଏଣେତେଣେ ଅଳିଆ ନ ଫିଙ୍ଗିବାକୁ ନିର୍ଦ୍ଦେଶ ଦେଇଛି ।
ଅନ୍ୟପଟେ ଏହି ମହାମାରୀ ସମୟରେ ଅଳିଆ ପାଇଁ ଯେଉଁ ସିଏମସି ଗାଡିକୁ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି । ତାହା ବର୍ତ୍ତମାନ କେଉଁଟି ଦୃଷ୍ଟି ଗୋଚର ହେଉନାହିଁ । ଫଳରେ ରାସ୍ତାକଡରେ ଅଳିଆ ଫିଙ୍ଗୁଥିବା ଲୋକଙ୍କ ଠାରୁ ଫାଇନ ମଧ୍ୟ କଟାଯାଉଛି ।