ଓଡିଶା

odisha

ETV Bharat / state

ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ

ବାତ୍ୟା ‘’ବୁଲବୁଲ’ ପ୍ରଭାବରେ କଟକରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏନେଇ କଟକ ଜିଲ୍ଲାପାଳ କ'ଣ କହୁଛନ୍ତି ଜାଣନ୍ତୁ...

By

Published : Nov 8, 2019, 1:37 PM IST

ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ କଟକ ଜିଲ୍ଲାପ୍ରଶାସନ

କଟକ: ବାତ୍ୟା ‘ବୁଲବୁଲ’ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏପରିକି କେତକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ହେଲେ କଟକରେ ଯଦିଓ ଅପରାହ୍ନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଟକ ଜିଲ୍ଲାପାଳ ଆମ ଇଟିଭି ଭାରତ ସମ୍ବାଦଦାତାଙ୍କୁ ଜଣାଇଛନ୍ତି ।

ସାମୁଦ୍ରିକ ଝଡ ‘ବୁଲବୁଲ’ ର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାର ସମସ୍ତ ବିଡିଓ,ତହସିଲଦାର, ସେସୁ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କଟକ ଜିଲ୍ଲାପାଳ ଜଣାଇଛନ୍ତି ।

ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ କଟକ ଜିଲ୍ଲାପ୍ରଶାସନ

କଟକରୁ ନାରୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details