ଓଡିଶା

odisha

ETV Bharat / state

ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନର ମକଡ୍ରିଲ

ବାତ୍ୟା ହେଉ କି ବନ୍ୟା ସବୁ ସମୟରେ ସଜାଗ ରହିବା ସହ ଜନସାଧାରଣଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ସେନେଇ ସମରାଭ୍ୟାସ କରିଛି ଜରୁରୀକୀଳାନ ବିଭାଗ ।

By

Published : Jun 19, 2019, 7:03 PM IST

Updated : Jun 19, 2019, 7:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବାତ୍ୟା, ବନ୍ୟା ଭଳି ଦୈବୀ ଦୂର୍ବିପାକରୁ ରକ୍ଷା କରିବା ନେଇ ଜିଲ୍ଲା ଜରୁରୀକୀଳାନ ବିଭାଗର ମକଡ଼୍ରିଲ । ବିଭିନ୍ନ ବିଭାଗର ସହାୟତାରେ ଆୟୋଜିତ ହୋଇଯାଇଛି ସମରାଭ୍ୟାସ କାର୍ଯ୍ୟକ୍ରମ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପ୍ରଶାସନ ପକ୍ଷରୁ ପ୍ରଥମେ ବାତ୍ୟା ଆସୁଥିବା ନେଇ ଖବର ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ଅସୁରକ୍ଷିତ ସ୍ଥାନରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ଏକ ଅସ୍ଥାୟୀ ମେଡ଼ିକାଲ କୁ ଅଣାଯାଇଥିଲା । ସେଠାରେ ଚିକିତ୍ସା କରାଯାଇ ସେମାନଙ୍କୁ ପୁନର୍ବାର ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସେହିପରି ଅଗ୍ନିକାଣ୍ଡ ଘଟିଥିବା କୋଠାରୁ କିପରି ଲୋକମାନଙ୍କୁ ଉଦ୍ଧାର କରାଯାଇ ପାରିବ ସେନେଇ ଏକ ଅଭ୍ୟାସ କରାଯାଇଥିଲା । ଉକ୍ତ କୋଠାରେ ଫସିରହିଥିବା ଲୋକମାନଙ୍କୁ ଦଉଡି଼ ସାହାର୍ଯ୍ୟରେ ସେଠାରୁ ଉଦ୍ଧାର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ ବିଭାଗ ମାନଙ୍କ ମଧ୍ୟରେ ସମନ୍ବୟ ରଖି କିଭଳି ଲୋକମାନଙ୍କୁ ସାହାଯ୍ୟ କରାଯାଇ ପାରିବ ତାହାହିଁ ମକଡ୍ରିଲର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଜରିଆରେ ଅଗ୍ନିଶମ ବିଭାଗ ନିଜର ସମସ୍ତ ସରଞ୍ଜାମ ସଠିକ ବ୍ୟବହାର କରିବା ଉପରେ ଗୁରୁତ୍ବ ଦେଉଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 19, 2019, 7:17 PM IST

ABOUT THE AUTHOR

...view details