ଓଡିଶା

odisha

ETV Bharat / state

‘ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ପ୍ରଶାସନ’

ଫନି ପରେ କଟକ ପ୍ରଶାସନର ତତ୍ପରତା । ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଆଗକୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବାକୁ କିପରି ହେବ ସେନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ଥିର ହୋଇଛି ।

By

Published : Jun 22, 2019, 10:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଫନି ପରେ ଜିଲ୍ଲା ପ୍ରଶାସନର ପଶିଛି ଚେତା । କିପରି ଆଗକୁ ବଡ ପ୍ରାକୃତିକ ବିପର୍ଯ୍ୟୟରେ ମୁକାବିଲା କରିହେବ ତାହା ଉପରେ ବସିଥିଲା ସମୀକ୍ଷା ବୈଠକ । ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି ଓ କେବେ ସୁଦ୍ଧା ଏହାର ପୁନରୁଦ୍ଧାର ଶେଷହେବ ତାହା ଉପରେ ହୋଇଛି ପୁଙ୍ଖାନୁପୁଙ୍ଖ ଆଲୋଚନା ।

ବାତ୍ୟା ଫନି ଆକ୍ରାନ୍ତରେ କଟକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡିଛି । କାରଣ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟାରେ ଭାଙ୍ଗିଯାଇଥିବା ସ୍କୁଲର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ


ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କଟକରେ ବିଶୁଦ୍ଧ ଜଳ ଅଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ଦେଖାଦେଉଛି ନାହିଁ ନଥିବା ଅସୁବିଧା । ତେବେ ଆସନ୍ତା ୨୦୨୦ ସୁଦ୍ଧା ସହର ର ପ୍ରତ୍ୟକ ଜନସଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବା ନେଇ ମତବ୍ୟକ୍ତ କରିଛନ୍ତି ଭର୍ତ୍ତୃହରି । ଏହାସହିତ ଖୁବ ଶୀଘ୍ର କଟକର ଜଗତପୁର ଅଞ୍ଚଳ ରେ ପାଣିଟାଙ୍କି ର ନିର୍ମାଣ ହେବା ଯାହା ଦ୍ବାରା ବିଶୁଦ୍ଧ ଜଳ ପାଇବାରେ ସହଜ ହେବ ବୋଲି କହିଛନ୍ତି ସାଂସଦ ।


ଏହା ସହ ସହରକୁ ଘାରିଥିବା ଜାଇକା ସମସ୍ୟା ମଧ୍ୟ ଖୁବଶୀଘ୍ର ସମାଧାନ ହେବ ଓ ସହରବାସୀ ବେଶି ଉପକୃତ ହେବେ ବୋଲି କହିଛନ୍ତି ଭର୍ତ୍ତୃହରି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ରହିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details