ଓଡିଶା

odisha

ETV Bharat / state

ଧୋନି କ୍ରିକେଟ କ୍ଲିନିକ ଯୁବ କ୍ରିକେଟରଙ୍କୁ ଦେଉଛି ନୂତନ ସମ୍ଭାବନା - କଟକ

ଚଳିତ ମାସ 25 ତାରିଖରୁ କଟକରେ ଆରମ୍ଭ ହୋଇଛି ଧୋନି କ୍ରିକେଟ କ୍ଲିନିକ । ଯୁବ କ୍ରିକେଟ ପ୍ରତିଭା ଅନ୍ୱେଶଣ କରିବା ପାଇଁ ଆରମ୍ଭ ହୋଇଛି ଏହି ଅଭିଯାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : May 31, 2019, 11:51 PM IST

କଟକ: ସିଲଭରସିଟିରେ କ୍ରିକେଟ ଫିଭର । ଗୋଟେପଟେ ବିଶ୍ୱକପ ତ ଅନ୍ୟପଟେ ଚଳିତ ମାସ 25 ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଛି ଧୋନି କ୍ରିକେଟ କ୍ଲିନିକ । ଯାହାକୁ ନେଇ ସିଲଭରସିଟିରେ ବଢି ଯାଇଛି କ୍ରିକେଟ କ୍ରେଜ । ଏହି କ୍ଲିନିକରେ ଭାଗନେଉଛନ୍ତି ଛୋଟ ଛୋଟ ପିଲା ଓ ଯୁବ କ୍ରିକେଟର । ଯାହା ଉଭୟ କ୍ରୀଡ଼ାପ୍ରେମୀ ଓ ଯୁବ କ୍ରିକେଟର ମାନଙ୍କ ମନକୁ ବେଶ୍‌ ଉତ୍ସାହ ପ୍ରଦାନ କରିଛି । ବିଶେଷକରି ଏହି କ୍ରିକେଟ କ୍ଲିନିକ ମାଧ୍ୟମରେ ଯୁବ କ୍ରିକେଟର ମାନଙ୍କ ପ୍ରତିଭା ଅନ୍ୱେଷଣ କରାଯାଉଛି । କାରଣ ଦେଶରେ ଵର୍ତ୍ତମାନ ସୁଦ୍ଧା ଅନେକ ଖେଳାଳି ଭଲ ଖେଳୁଥିଲେ ସୁଦ୍ଧା ସୁଯୋଗର ଅଭାବରୁ ଜାତୀୟ ସ୍ତରୀୟ ମ୍ୟାଚ ଖେଳିବାର ଅସମର୍ଥ ହେଉଛନ୍ତି । ତେଣୁ ଏହି ମାଧ୍ୟମରେ ବଛା ଯାଇଥିବା ଖେଳାଳିଙ୍କୁ ଦେଶର ଭଲ ଭଲ କ୍ରିକେଟ ଏକାଡେମୀରେ ଖେଳିବାର ସୁଯୋଗ ମିଳିବ । ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଆଶା ରଖିଛନ୍ତି ସହରବାସୀ ।

କେବଳ ଓଡିଶା ନୁହେଁ ଅନ୍ୟ ପଡୋଶୀ ରାଜ୍ୟର ଯୁବ କ୍ରିକେଟର ମଧ୍ୟ ଏହି ପ୍ରଶିକ୍ଷଣର ଲାଭ ଉଠାଉଛନ୍ତି । ବ୍ୟାଟିଂ ,ବୋଲିଂ, ଫିଲଡିଂ, ଓ କିପିଙ୍ଗ ଦିଗରେ ଦିଆଯାଉଛି ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ । ଯେପରି ଆଗକୁ ଯାଇ ପ୍ରତ୍ୟକ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭାକୁ ଜାହିର କରିବ ସେ ଦିଗରେ ମଧ୍ୟ ବେଶ ଯତ୍ନବାନ ରହିଛନ୍ତି ଅଭିଜ୍ଞ କୋଚ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ ଏହି ଧୋନି କ୍ରିକେଟ କ୍ଲିନିକରେ ସାମିଲ ହେଲା ପରେ ଖେଳରେ ବେଶ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି ଯୁବ କ୍ରିକେଟର । କାରଣ ଖେଳାଳିଙ୍କ ପ୍ରତିଟି ମୁଭ ଉପରେ ଟିକିନିଖି ନଜର ରଖିବା ସହ ପ୍ରାକ୍ଟିସ ପରେ ଭିଡ଼ିଓ କନ୍‌ଫରେସିଂ ଜରିଆରେ ଆମୂଳଚୂଳ ଭୁଲ ନିରୀକ୍ଷଣ କରିଥାନ୍ତି ଉଚ୍ଚ ସ୍ତରୀୟ କୋଚ । ଏହାସହ ସାଙ୍ଗେ ସାଙ୍ଗେ ସମାଧାନର ବାଟ ମଧ୍ୟ ବତାଇଥାନ୍ତି । ଯାହାଦ୍ୱାରା ବେଶ୍‌ ଉତ୍ସାହର ସହ ଏଥିରେ ଅଂଶ ଗ୍ରହଣ କରୁଛନ୍ତି ଯୁବ କ୍ରିକେଟର ।

ତେବେ ଏହି ପ୍ରକ୍ରିୟା ରାଜ୍ୟ ପାଇଁ ଏକ ନୂଆ ଦିଗ ଆଣିବ ବୋଲି ଆଶା କରାଯାଉଛି । କାରଣ ଅନେକ ପିଲା ଏହି କ୍ୟାମ୍ପରୁ ବଛା ହୋଇ ଦେଶର ବିଭିନ୍ନ କ୍ରିକେଟ କ୍ଳବରେ ଖେଳିବାର ସୁଯୋଗ ପାଇବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details