ଓଡିଶା

odisha

By

Published : Jul 16, 2021, 4:28 PM IST

ETV Bharat / state

ରାଜ୍ୟରେ ୧୧୫ କୋଟିର GST ଠକେଇର ପର୍ଦ୍ଦାଫାସ

ରାଜ୍ୟରେ ପୁଣି ଏକ ବଡ ଧରଣର ଜିଏସଟି ଠକେଇ ଠାବ କରାଯାଇଛି । ବିଭାଗ ଏହି ଅଭିଯୋଗରେ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ରାଜ୍ୟରେ ୧୧୫ କୋଟିର GST ଠକେଇର ପର୍ଦ୍ଦାଫାଶ
ରାଜ୍ୟରେ ୧୧୫ କୋଟିର GST ଠକେଇର ପର୍ଦ୍ଦାଫାଶ

କଟକ: ରାଜ୍ୟରେ ପୁଣି ଏକ ବଡ଼ ଧାରଣର GST ଠକେଇର ପର୍ଦ୍ଦାଫାସ କଲା ରାଜ୍ୟ GST ବିଭାଗ । ଏହି ରାକେଟରେ 641 କୋଟି ଟଙ୍କାର ନକଲି ବିଲ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପୁଟ ଟାକ୍ସ କ୍ରେଡିଟ ହାସଲ କରାଯାଇଛି । ଏହି ଠକେଇ ଅଭିଯୋଗରେ ବିଭାଗ ୨ ଜଣ ବ୍ୟବସ୍ୟାୟୀଙ୍କୁ ଗିରଫ କରିଛି ।

ରାଜ୍ୟରେ ୧୧୫ କୋଟିର GST ଠକେଇର ପର୍ଦ୍ଦାଫାଶ

ଗିରଫ ଅଭିଯୁକ୍ତ ହେଉଛନ୍ତି ଗୁରଦୀପ ଡାଙ୍ଗ ଓ ସୂଜୟ ମୈତ୍ର । ଗୁରଦୀପକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ସୂଜୟକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ନକଲି ବିଲ ବଦଳରେ ୧୧୫.୧୦ କୋଟି ଟଙ୍କାର ଜାଲ ITC ସଂଗ୍ରହ ସହ ହସ୍ତାନ୍ତର କରିଥିଲେ। ୨ ଅଭିଯୁକ୍ତ ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରିଥିଲେ ।

ଜାଲ କିଣା ବିଲ ମାଧ୍ୟମରେ ଏହି ଇନପୁଟ ଟାକ୍ସ କ୍ରେଡିଟ ବା ITC ହାତେଇଥିଲେ । ତେବେ ସମାନ ଅଭିଯୋଗରେ GST ବିଭାଗ ଏପର୍ଯ୍ୟନ୍ତ ମୋଟ ୨୦ ଜଣଙ୍କୁ ଗିରଫ କରିଛି । ତେବେ ଏ ସମ୍ପର୍କରେ ରାଜ୍ୟ GST କମିଶନର ସୁଶୀଲ ଲୋହାନି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details