କଟକ: ପୁଣି 4ଜଣ ଡେଙ୍ଗୁ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ବୁଧବାର ଏସସିବିରେ ୮୯ ଟି ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ ୩୧ ଟି ପଜେଟିଭ ଥିବା ଜଣାପଡିଛି। ସେଥି ମଧ୍ୟରୁ କଟକରୁ ୬ ଜଣ ,ଯାଜପୁରରୁ ୫ ଜଣ , ଜଗତସିଂହପୁରରୁ ୨ଜଣ, ଭଦ୍ରକରୁ ୩ ଜଣ, ବାଲେଶ୍ୱରରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, ନୟାଗଡ଼, ପୁରୀ, ଅନୁଗୁଳରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀଙ୍କର ରକ୍ତନମୁନା ପଜେଟିଭ ଥିବା ଜଣାପଡିଛି।
ଚିନ୍ତା ବଢ଼ାଉଛି ଡେଙ୍ଗୁ, ଏସସିବିରେ ସଂଖ୍ୟା ବୃଦ୍ଧି
ଏସସିବିରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପୁଣି 31ଟି ପଜିଟିଭ ରକ୍ତ ନମୁନା ସଂଗ୍ରହ ।
ଫାଇଲ ଫଟୋ
କଟକରୁ ଯେଉଁ ୬ ଜଣ ଡେଙ୍ଗୁରୋଗୀ ଅଛନ୍ତି, ସେଥିମଧ୍ୟରୁ ଡମପଡା, ନିଆଳି, ଭୀମରାଜପୁର, ମାନପୁର, ଗଣକା ଓ ପାଚିଗର ଅଞ୍ଚଳରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ