କଟକ :ନକଲି କୋଭିଡ ଔଷଧ କାରବାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ବା (STF) ଗଠନ କରିବା ସହ ଏହି ମାମଲାର ଅନୁସନ୍ଧାନ ଡ୍ରକ କଣ୍ଟ୍ରୋଲରଙ୍କ ସହଯୋଗ ନିଆଯିବ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣା ତଦନ୍ତକୁ ସିବିଆଇ ଦ୍ବାରା କରାଇବା ପାଇଁ ମଧ୍ୟ ମତ ପ୍ରକାଶ ପାଇଛି ।
ଏହି ମାମଲାରେ କଟକ କନିକା ଛକସ୍ଥିତ ଔଷଧ ବିତରଣ ସଂସ୍ଥା "ମେଡିଲିଓଡ ମଡିକାମେଣ୍ଟ" ମୁଖ୍ୟ ଶିବ ଜେନାଙ୍କ ନାଁ ସାମ୍ନାକୁ ଆସିଥିଲେ ମଧ୍ୟ ଏହି ରାକେଟ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ଅସାଧୁ ବ୍ୟବସାୟୀ ସମ୍ପୃକ୍ତି ଥିବା କୁହାଯାଉଛି । ତେବେ ଗୋଟିଏ ପଟେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାକୁ ଯାଉଥିବାବେଳେ ସିବିଆଇ ଦ୍ବାରା ଏହାର ଅନୁସନ୍ଧାନ ହେବା ଉଚିତ ବୋଲି ମତ ଦେଇଛନ୍ତି ଆଇନ ବିସାରଦ ।