କଟକ: ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ‘ଫନି’ । ଯାହାକୁ ନେଇ ସିଲଭର ସିଟିର ସମସ୍ତ ତଳିଆ ଅଞ୍ଚଳ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ସେଲଟର ହୋମରେ ରଖାଯାଉଛି । ଲୋକମାନେ ସେମାନଙ୍କ ଆଶକ୍ୟକୀୟ ସାମଗ୍ରୀ ନେଇ ସେଲଟର ହୋମରେ ପହଁଞ୍ଚିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରେ ସମୁଦାୟ 44ଟି ତଳିଆ ଅଞ୍ଚଳ ନିରୀକ୍ଷଣ କରାଯାଇଥିଲା ବେଳେ ସେଥିରେ 16 ହଜାର ଲୋକ ରହିଛନ୍ତି। ବିଶେଷକରି ସେମାନଙ୍କ ମଧ୍ୟରେ ରହିଛନ୍ତି 10ହଜାର ବୟସ୍କ ଓ 6000 ଶିଶୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଟାପୋଲ ଅଞ୍ଚଳ ସବୁଠାରୁ ତଳିଆ ଅଞ୍ଚଳ
ହୋଇଥିବାରୁ ପ୍ରଥମେ ସେଠାରୁ ସମସ୍ତ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ।