ଦୁର୍ଲଭ ନାଗାର୍ଜୁନ ବେଶରେ ଦାରୁବ୍ରହ୍ମ, ମୁରୁଜରେ ଦେଉଛନ୍ତି ଦର୍ଶନ
ଦୁର୍ଲଭ ନାଗାର୍ଜୁନ ବେଶରେ ଦାରୁବ୍ରହ୍ମ । ରଙ୍ଗ ରେବଙ୍ଗର ମୁରୁଜରେ ବିଦ୍ୟମାନ ବିଶ୍ବ ନିୟନ୍ତା । ସେଇ କଳାଠାକୁର ଦେଇଥିବା କଳା ଓ ପ୍ରତିଭା ବଳରେ ଘର ଛାତ ଉପରେ ଭକ୍ତିଟିଏ ମୁରୁଜରେ ଆଙ୍କିଛି ମହାପ୍ରଭୁଙ୍କ ଅବିକଳ ନାଗାର୍ଜୁନ ବେଶ । ଅଧିକ ପଢନ୍ତୁ..
କଟକ: ଭାଇଚାରାର ସହରରେ ବହୁଛି ଆଧ୍ୟାତ୍ମିକତାର ବାୟୁ । ମହାକାର୍ତ୍ତିକ ମାସର ଆରମ୍ଭରୁ ସହରର ଦୃଶ୍ୟ ରହିଛି କିଛି ଭିନ୍ନ । କଟକରେ ଜାରି ରହିଛି ଘରେ ଘରେ ପୂଜା ପାର୍ବଣ । ହେଲେ ଏହି ପବିତ୍ର ମାସରେ ପଡୁଛି ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଯାହା 25 ବର୍ଷରେ ଥରେ ଆସିଥାଏ । ଆଉ ଏହାକୁ ଦେଖିବା ପାଇଁ ସାରା ବିଶ୍ୱ କରିଥାଏ ଅପେକ୍ଷା । ହେଲେ ଚଳିତବର୍ଷ କୋଭିଡ 19 ଯୋଗୁଁ ଶ୍ରମନ୍ଦିର ବନ୍ଦ । ସାଧାରଣ ଦର୍ଶନ ବନ୍ଦ ଥିବାରୁ ଭକ୍ତ ନିରାଶ । ହେଲେ ନିରାଶର ଅବକାଶ ମଧ୍ୟରେ ନିଜକୁ ଦମ୍ଭ ରଖି ମହାପ୍ରଭୁଙ୍କ ସେହି ଅବିକଳ ନାଗାର୍ଜୁନ ବେଶକୁ ନିଜ ଘର ଛାତ ଉପରେ ମୁରୁଜ ମାଧ୍ୟମରେ ଆଙ୍କିଛନ୍ତି କଟକ ମଙ୍ଗଳାବଗ ମଲାସାହିର ଚନ୍ଦ୍ର ପ୍ରକାଶ ରାଉତରାୟ ।
ପରିବାରର ସମସ୍ତ ସଦସ୍ୟ ମିଶି ମୁରୁଜରେ ଅଙ୍କିଛନ୍ତି ଏହି ଦୁର୍ଲଭ ବେଶ । ଯାହାକୁ ବେଶ ବିଧିବଦ୍ଧ ଅନୁସାରେ ପୂଜା ପାଠ କରିଛନ୍ତି ଏହି ପରିବାର । ପୁଅ ଚନ୍ଦ୍ରଶେଖରର ଏପରି ମହାନତା କାମ ପାଇଁ ପରିବାର ହୋଇଛନ୍ତି ପ୍ରଶଂସାରେ ଶତମୁଖ । କାରଣ ଏହି ପରିବାରକୁ ଦୁର୍ଲଭ ବେଶ ଦେଖିବାରେ କେବେ ସୁଯୋଗ ମିଳି ନଥିଲା । ମନରେ ଥିଲା ସେହି ଗୋଟିଏ ଦୁଃଖ । ହେଲେ ଏହି ଦୁଃଖକୁ ଚଳିତବର୍ଷ ସମାପ୍ତ କରିଛନ୍ତି ପୁଅ ଚନ୍ଦ୍ର ।