କଟକ: ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଗକୁ ଅଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏଥିଲାଗି କଟକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆସନ୍ତା 27ରେ ସମସ୍ତ ପୋଲିଂ ପାର୍ଟିଙ୍କୁ ଇଭିଏମ ଓ ଭିଭିପାଟ ମେସିନ ଦିଆଯାଇ ପୋଲିଂ କେନ୍ଦ୍ରକୁ ପଠାଯିବ । କିପରି ସୁରୁଖୁରୁରେ ମତଦାନ ଗ୍ରହଣ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା ସମାପ୍ତ କରିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ ତୃତୀୟ ପର୍ଯ୍ୟାୟରେ ଶେଷ ହୋଇଥିବା 6ଟି ନିର୍ବାଚନ ମଣ୍ଡଳୀରେ ବେଶ ଅବାଧ ଓ ସ୍ୱଚ୍ଛ ଆଧାରରେ ନିର୍ବାଚନ ସମ୍ପାଦନ ହୋଇଛି । ଏହା ସହିତ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା 3ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ସୁରୁଖୁରୁରେ ନିର୍ବଚନ ସମ୍ପାଦନ ହେବା ନେଇ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।
3ୟ ପର୍ଯାୟରେ ବାରବାଟୀ, ସଦର, ଆଠଗଡ଼, ବଡମ୍ବା, ବାଙ୍କୀ ଓ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ 69.65 ମତଦାନ ହୋଇଛି । ବାକି ଥିବା ନିଆଳି, ସାଲେପୁର ଓ ମାହାଙ୍ଗା ପ୍ରମୁଖ 3 ବିଧାନସଭା ନିର୍ବାଚନ ମଣ୍ଡଳୀରେ 29 ତାରିଖରେ ମତଦାନ ହେବ।
ଏହାସହିତ 23 ତାରିଖରେ ହେବାକୁ ଥିବା ମତ ଗଣନା ପାଇଁ 3ଟି ସ୍ଥାନ ଚୟନ କରିଛି ଜିଲ୍ଲା ପ୍ରଶାସନ । ସଦର, ବାରବାଟୀ, ଚୌଦ୍ୱାର, ନିଆଳି, ମାହାଙ୍ଗା, ସାଲେପୁର ନିର୍ବଚନ ମଣ୍ଡଳୀର ଭୋଟ ଗଣନା ବୋଷ କଲେଜ ପରିସରରେ କରାଯିବ । ଅନ୍ୟ 3ଟି ନିର୍ବାଚନ ମଣ୍ଡଳୀ ଯେମିତିକି ବାଙ୍କୀର ବାଙ୍କୀ ସ୍ୱୟଂଶାସିତ କଲେଜ ଓ ଆଠଗଡ଼ ବଡମ୍ବାର ଗୋପବନ୍ଧୁ ବିଜ୍ଞାନ କଲେଜରେ ଭୋଟ ଗଣନା କାର୍ଯ୍ୟକ୍ରମ କରାଯିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ