ଓଡିଶା

odisha

ETV Bharat / state

କଟକ ଟ୍ରିପଲ ମର୍ଡରର ପର୍ଦ୍ଦାଫାଶ, ସାଇକୋ କିଲର ଗିରଫ - cuttack triple murder case

କଟକ ଟ୍ରିପଲ ମର୍ଡର କେସର ଅଭିଯୁକ୍ତ ଗିରଫ । ଓଏମପିରେ ହୋଇଥିବା 2ଟି ହତ୍ୟାକାଣ୍ଡରେ ସମ୍ପୃକ୍ତ ନାରାୟଣ । ରାଣୀହାଟ ହତ୍ୟାକାଣ୍ଡର ହତ୍ୟାକାରୀକୁ ଖୋଜୁଛି ପୋଲିସ ।

ଅଭିଯୁକ୍ତ

By

Published : Aug 1, 2019, 8:17 PM IST

କଟକ: ସାଇକୋ କିଲର ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ନାରାୟଣ ସାହୁ। ଗତ 23 ତାରିଖରେ ଓଏମପି ଛକ ନିକଟରେ 2 ଜଣକୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ନାରାୟଣ । ତେବେ ପ୍ରତିଶୋଧ ପରାୟଣ ହୋଇ ନାରାୟଣ ସେମାନଙ୍କୁ ଶୋଇଥିବା ସମୟରେ ହତ୍ୟା କରିଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଯୋଗ୍ୟ, କଟକରେ 24 ଘଣ୍ଟାରେ 3 ଶ୍ରମିକଙ୍କୁ ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଜାଲ ବିଛାଇ ଥିଲା। ଜଣେ ଅତିରିକ୍ତ ଏସପି ଓ ଜଣେ ଡିଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରିଥିଲା ପୋଲିସ । ତେବେ ଅଭିଯୁକ୍ତ ନାରାୟଣଙ୍କୁ ଅଟକ ରଖି ବିଭିନ୍ନ ତଦନ୍ତ କରିଥିଲା ପୋଲିସ । ଆଜି ସକାଳୁ ଅଭିଯୁକ୍ତଙ୍କୁ ହତ୍ୟାକାଣ୍ଡ ସ୍ଥାନକୁ ନେଇ ହତ୍ୟାକାଣ୍ଡ ରେ ବ୍ୟବହୃତ ହୋଇଥିବା ସାମଗ୍ରୀକୁ ଜବତ କରିଥିଲା।

ଓଏମପିରେ ହୋଇଥିବା 2 ଟି ହତ୍ୟାକାଣ୍ଡରେ ସେ ସମ୍ପୃକ୍ତ ଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଛି । ତେବେ ରାଣୀହାଟ ରେ ହୋଇଥିବା ହତ୍ୟାକାଣ୍ଡରେ ସେ ସମ୍ପୃକ୍ତ ଅଛି କି ନାହିଁ ପୋଲିସକୁ କୌଣସି ପ୍ରମାଣ ମିଳିପାରିନାହିଁ। ଏଥିପାଇଁ ନାରାୟଣ କୁ ରିମାଣ୍ଡରେ ଆଣି ପଚରା ଉଚରା କରି ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ଆଜି ଅଭିଯୁକ୍ତ କୁ ଗିରଫ କରାଯିବା ସହ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଏକ ଟାଙ୍ଗିଆକୁ ପୋଲିସ ଜବତ କରିଛି।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details