ଓଡିଶା

odisha

By

Published : Jul 16, 2019, 11:41 PM IST

ETV Bharat / state

ହାଇଟେକ ଜମି ଠକେଇ ମାମଲାରେ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ହାଇଟେକ ଜମି ଠକେଇ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ । କୋର୍ଟରେ ଜମା ଥିବା 63 କୋଟି 55 ଲକ୍ଷ 49 ହଜାର 227 ଟଙ୍କାକୁ କ୍ଷତିଗ୍ରସ୍ଥଙ୍କ ମଧ୍ୟରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତିକାତ୍ମକ ଫଟୋ

କଟକ: ହାଇଟେକ ଜମି ଠକେଇ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ । ଅଦାଲତରେ ଜମା ହୋଇଥିବା 63 କୋଟି 55 ଲକ୍ଷ 49 ହଜାର 227 ଟଙ୍କା ଓ ସେଥିରୁ ମିଳିଥିବା ସୁଧ ଟଙ୍କାକୁ କ୍ଷତିଗ୍ରସ୍ଥଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ସ୍ବତନ୍ତ୍ର କୋର୍ଟ ।

ଓଡିଶା ପ୍ରୋଟେସ୍କନ ଅଫ ଇଣ୍ଡଷ୍ଟ୍ରି ଅଫ ଡିପୋଜିଟର୍ସ ଆଇନ ଅନୁଯାୟୀ, କଟକରେ ଥିବା ସ୍ୱତନ୍ତ୍ର ଡ଼େଜିଗନେଟେଡ଼ କୋର୍ଟ ହାଇଟେକ ଜମି ଠକେଇ ମାମଲାର ଶୁଣାଣି କରୁଥିବା ବେଳେ ତିରୁପତି ପାଣିଗ୍ରାହୀ ଓ ଅନ୍ୟ ଦୁଇ ସହଯୋଗୀ ଜାମିନ ନା ମଞ୍ଜୁର କରିଥିଲେ । ଏହା ପରେ ସେମାନେ ହାଇକୋର୍ଟ ପରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୁପ୍ରିମକୋର୍ଟ ଠକେଇ କରିଥିବା ସମସ୍ତ ଟଙ୍କା ଜମା କରିବା ପରେ ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ, ସେମାନେ ଟଙ୍କା ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ଆକାଉଣ୍ଟକୁ ଆସିଥିଲା । ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନ ଅନୁସାରେ, 2017 ଜୁଲାଇ 25 ତାରିଖରେ ଏହି ଟଙ୍କାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟସରକାରଙ୍କ ଅର୍ଥବିଭାଗ ପକ୍ଷରୁ ଏହି ଟଙ୍କାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ଆବେଦନ କରାଯାଇଥିଲା । ତେବେ ଆବେଦନକୁ ଗ୍ରହଣ କରିବା ସହ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜମା ହୋଇଥିବା ସମସ୍ତ ଟଙ୍କାକୁ କମ୍ପିଟାଣ୍ଟ ଅଥରିଟିଙ୍କ ଜରିଆରେ କ୍ଷତିଗ୍ରସ୍ଥଙ୍କୁ ଚିହ୍ନଟ କରି ବାଣ୍ଟି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details