ଓଡିଶା

odisha

By

Published : Jul 29, 2021, 7:33 PM IST

ETV Bharat / state

'ନୂଆ ଗାଇଡ଼ଲାଇନରେ କଟକ ସମ୍ପୂର୍ଣ୍ଣ କଟକଣା ମୁକ୍ତ ନହେଉ'

ଅଗଷ୍ଟ ପହିଲାରେ ସରୁଛି ଆଂଶିକ ଲକଡାଡନ ଅବଧି । ତେବେ ଅଗଷ୍ଟ ମାସ ପାଇଁ ଆସିବାକୁ ଥିବା ନୂଆ ଗାଇଡଲାଇନରେ କଟକ ସମ୍ପୂର୍ଣ୍ଣ କଟକଣା ମୁକ୍ତ ନ ହେଉ ବୋଲି କହିଲେ ବରିଷ୍ଠ ଚିକିତ୍ସକ । ଅଧିକ ପଢନ୍ତୁ...

'ନୂଆ ଗାଇଡ଼ଲାଇନରେ କଟକ ସମ୍ପୂର୍ଣ୍ଣ କଟକଣା ମୁକ୍ତ ନହେଉ'
'ନୂଆ ଗାଇଡ଼ଲାଇନରେ କଟକ ସମ୍ପୂର୍ଣ୍ଣ କଟକଣା ମୁକ୍ତ ନହେଉ'

କଟକ: ଅଗଷ୍ଟ ପହିଲାରେ ଶେଷ ହେଉଛି ରାଜ୍ୟର ଆଂଶିକ ଲକଡାଉନ ଅବଧି । ତେବେ ରାଜ୍ୟରେ ଆଗକୁ ଲକଡାଉନ ରହିବ କି ନାହିଁ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏପରିକି କଟକଣା ସମ୍ପୂର୍ଣ୍ଣ ରୂପ ହଟିଯିବା ନେଇ ମଧ୍ୟ ଶୁଣିବାକୁ ମିଳୁଛି । ତେବେ କ୍ୟାଟାଗୋରୀ B ରେ କଟକ ଆସୁଥିବାବେଳେ ଆଗକୁ ସମ୍ପୂର୍ଣ୍ଣ କଟକଣା ହଟିବା ଉଚିତ୍ କି ନୁହେଁ ସେନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଚିକିତ୍ସକ ଡଃ ଅନଙ୍ଗ ଦ୍ବିବେଦୀ ।

'ନୂଆ ଗାଇଡ଼ଲାଇନରେ କଟକ ସମ୍ପୂର୍ଣ୍ଣ କଟକଣା ମୁକ୍ତ ନହେଉ'

କଟକରେ ଦୈନିକ 200ରୁ ଉର୍ଦ୍ଧ୍ବ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏବେ ବି ଅନେକ ଗୁରୁତର କୋରୋନା ରୋଗୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଯାହା ଏକ ଚିନ୍ତାର ବିଷୟ । ଏପରିସ୍ଥଳେ ଲୋକଙ୍କ ଜୀବିକା ପ୍ରତି ଦୃଷ୍ଟି ଦେବା ସହ ସମ୍ପୂର୍ଣ୍ଣ କଟକଣା ପ୍ରତ୍ୟାହାର ହେବା ଉଚିତ୍ ନୁହେଁ ବୋଲି ଡଃ ଦ୍ବିବେଦୀ କହିଛନ୍ତି । ଏଥିସହ ଆଗକୁ ଯେଉଁ ଗାଇଡଲାଇନ ଆସିବ, ସେଥିରେ କିଛିଟା ଅଙ୍କୁଶ ଲଗାଯିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଛନ୍ତି ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details