ଓଡିଶା

odisha

ETV Bharat / state

ସରିଲା ପ୍ୟାରେଡ ପ୍ରସ୍ତୁତି, ଦୁଲୁକିବ ବାରବାଟୀ

ରାତି ପାହିଲେ ସ୍ବାଧୀନତା ଦିବସ । ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ବିଶେଷ କରି ସ୍ବତନ୍ତ୍ର ଭାବେ କରାଯାଇଛି ପ୍ୟାରେଡର ବ୍ୟବସ୍ଥା।

By

Published : Aug 14, 2019, 8:03 PM IST

ସରିଲା ପ୍ୟାରେଡ ପ୍ରସ୍ତୁତି , ଦୁଲୁକିବ ବାରବାଟୀ

କଟକ: ରାତି ପାହିଲେ ସ୍ବାଧୀନତା ଦିବସ । ଏନେଇ ଉତ୍ସବମୁଖର ସିଲଭରସିଟି । କେମିତି ରାତି ପାହିବ ଓ ସମସ୍ତେ ଜାତୀୟ ପତାକା ଉଡାଇ ଦେଶ ସ୍ବାଧୀନତାର ଆଉ ଏକ ପୃଷ୍ଠା ମଣ୍ଡନ କରିବେ । ସେହି ଅପେକ୍ଷାରେ ସମସ୍ତେ ।

ସରିଲା ପ୍ୟାରେଡ ପ୍ରସ୍ତୁତି , ଦୁଲୁକିବ ବାରବାଟୀ

ତେବେ ଆସନ୍ତାକାଲି(ଗୁରୁବାର) ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ବିଶେଷ କରି ସ୍ବତନ୍ତ୍ର ଭାବେ କରାଯାଇଛି ପ୍ୟାରେଡର ବ୍ୟବସ୍ଥା ।

ଚଳିତବର୍ଷ 28 ପ୍ଲାଟୁନ ଦେଖାଇବେ ଚିତାକର୍ଷକ ପ୍ୟାରେଡ ପ୍ରଦର୍ଶନ । ଏହାସହିତ ଷ୍ଟାଡିଅମରେ ଛାଉଣୀ ହେବେ 7 ପ୍ଲାଟୁନ ପୋଲିସ । ଯାହାର ସୂଚନା ଦେଇଛନ୍ତି ଡିସିପି ଅଖିଳେଶ୍ବର ସିଂ ।


ଅନ୍ୟପଟେ ଏହି ଦିବସରେ ପ୍ୟାରେଡ ସୁଯୋଗ ପାଇଥିବାର ଗର୍ବିତ ଅନୁଭବ କରିଥିବା କହିଛନ୍ତି ଛାତ୍ରଛାତ୍ରୀ । ତେବେ ବିଭନ୍ନ ସ୍କୁଲ କଲେଜରୁ ଆସିଥିବା ଛାତ୍ରଛାତ୍ରୀ ଏହି ଦିନରେ ନିଜ ଦେଶ ପ୍ରତି ବଳିଦାନ ଦେଇଥିବା ଯବାନଙ୍କ ପ୍ରତି ପ୍ୟାରେଡ ମାଧ୍ୟମରେ ଜଣାଇବେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details