ଓଡିଶା

odisha

ETV Bharat / state

ବିରଳ ଅସ୍ତ୍ରୋପଚାର କରି ପୁଣି ଚର୍ଚ୍ଚାରେ କଟକ ଏସସିବି ମେଡ଼ିକାଲ - ପୁଣି ଚର୍ଚ୍ଚାରେ କଟକ ଏସସିବି ମେଡ଼ିକାଲ

ବିଶି ଆଙ୍ଗୁଠିକୁ କୃତ୍ରିମ ବୁଢା ଆଙ୍ଗୁଠିର ରୂପ ଦେଇ ଚର୍ଚ୍ଚାରେ କଟକ ଏସସିବି ମେଡ଼ିକାଲ । ମାଇକ୍ରୋ ସର୍ଜିକାଲ ପଦ୍ଧତିରେ ହୋଇଥିବା ଏହି ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମ ବୋଲି ଜଣା ପଡ଼ିଛି । ଅଧିକ ପଢନ୍ତୁ...

SCB Medical
ପୁଣି ଚର୍ଚ୍ଚାରେ କଟକ ଏସସିବି ମେଡ଼ିକାଲ

By

Published : Mar 1, 2020, 7:20 PM IST

କଟକ: ପୁଣି ଇତିହାସ ରଚିଲା କଟକ ଏସସିବି ମେଡ଼ିକାଲ । ଚିକିତ୍ସା କ୍ଷେତ୍ରରେ ଦେଖାଦେଲା ବିରଳ ଅସ୍ତ୍ରୋପଚାର । ଏଭଳି ଏକ ବିରଳ ଅସ୍ତ୍ରୋପଚାର ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦେଖିବାକୁ ମିଳିଛି । ଏକ ଦେଢ଼ ବର୍ଷର ଶିଶୁ କନ୍ୟାର ଜନ୍ମରୁ ବୁଢା ଆଙ୍ଗୁଠି ନଥିବା ବେଳେ ବିଶି ଆଙ୍ଗୁଠିକୁ କାଟି ବୁଢା ଆଙ୍ଗୁଠିର ପ୍ରାକୃତିକ ରୂପ ଦେଇଛନ୍ତି ଏସସିବି ଡାକ୍ତର । ମାଇକ୍ରୋ ସର୍ଜିକାଲ ପଦ୍ଧତିରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ରାଜ୍ୟରେ ଏହା ପ୍ରଥମ ବୋଲି ଜଣା ପଡ଼ିଛି ।

ପୁଣି ଚର୍ଚ୍ଚାରେ କଟକ ଏସସିବି ମେଡ଼ିକାଲ


ସୂଚନାଯୋଗ୍ୟ, ଦେବଗଡ଼ ଜିଲ୍ଲା ଛତାବର ଗ୍ରାମର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ୧୫ମାସର ଶିଶୁକନ୍ୟା ସ୍ମୃତିରେଖାଙ୍କ ଜନ୍ମ ସମୟରୁ ଡାହାଣ ହାତରେ ୪ଟି ଆଙ୍ଗୁଳି ଥିଲା । ବୁଢା ଆଙ୍ଗୁଳି ନଥିବାରୁ ହାତର କାର୍ଯ୍ୟଧାରା ଠିକ୍‌ ଭାବରେ ହୋଇ ପାରୁ ନଥିଲା । ଫଳରେ ଉକ୍ତ ଶିଶୁକୁ ନେଇ ପରିବାରବର୍ଗ ଏସ୍‌ସିବି ଆସିଥିଲେ। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଦେଖାଇବା ପରେ ପ୍ରଫେସର ବିଭୂତି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବା‌ବଧାନରେ ଆରମ୍ଭ ହୋଇଥିଲା ଶିଶୁକନ୍ୟାର ଅସ୍ତ୍ରୋପଚାର । ଅପରେସନ ପରେ ଏହା ସଫଳ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details