ଓଡିଶା

odisha

କଟକ ସଦର ଥାନା ପୋଲିସ ପଞ୍ଝାରେ ୪ ବାଇକ ଲୁଟେରା

By

Published : Oct 5, 2020, 8:01 PM IST

କଟକ ସଦର ଥାନା ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ସହ ଏହି ଘଟଣାରେ ୪ ଲୁଟେରାଙ୍କୁ ଗିରଫ ମଧ୍ୟ କରିଛି । ସେମାନଙ୍କ ନିକଟରୁ ଗୋଟିଏ ଚୋରା ବାଇକ ଓ ୪ ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

Cuttack Sadar police arrested
ପୋଲିସ ପଞ୍ଝାରେ ୪ ବାଇକ ଲୁଟେରା ଗ୍ୟାଙ୍ଗ

କଟକ: ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । କଟକ ସଦର ଥାନା ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ସହ ଏହି ଘଟଣାରେ ୪ ଲୁଟେରାଙ୍କୁ ଗିରଫ ମଧ୍ୟ କରିଛି । ସେମାନଙ୍କ ନିକଟରୁ ଗୋଟିଏ ଚୋରା ବାଇକ ଓ ୪ ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ପୋଲିସ ପଞ୍ଝାରେ ୪ ବାଇକ ଲୁଟେରା ଗ୍ୟାଙ୍ଗ

ପୋଲିସର ସୂଚନା ମୁତାବକ, ଗତମାସ ସେପ୍ଟେମ୍ବର ୨୨ ତାରିଖରେ ସୁକାନ୍ତ ବିଶୋଇ ନାମକ ଜଣେ ବ୍ୟକ୍ତି ନିଜ ବାଇକ ଯୋଗେଁ ଯାଉଥିବା ସମୟରେ ହଠାତ କିଛି ଲୁଟେରା ବନ୍ଧୁକ ଦେଖାଇ ତାଙ୍କ ବାଇକ ଛଡାଇ ନେଇଥିଲେ। ଏନେଇ ଶୁକାନ୍ତ ସଦର ଥାନାରେ ଏତଲା ଦେଇଥିଲେ।

ଅଭିଯୋଗ ଆଧାରରେ ପୋଲିସ ଏହାର ତଦନ୍ତ କରି ଏହି ଲୁଟେରା ଗ୍ୟାଙ୍ଗ ନିକଟରେ ପହଞ୍ଚିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ ଲୁଟ ପୂର୍ବରୁ ଯୋଜନା କରନ୍ତି ଓ ପରେ ଯୋଜନା ମୁତାବକ ଲୁଟ କରିଥାଆନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details