କଟକ: ବିଶ୍ବସ୍ତରୀୟ ରୂପରେଖ ପାଇବ କଟକ ରେଳ ଷ୍ଟେସନ । କଟକ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ହୋଇଥିବା ଯୋଜନାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରାମର୍ଶ ପରେ ନୂଆ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ପ୍ରାୟ ୩ଶହ ୩କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାମ ଆରମ୍ଭ ହେଵାକୁ ଯାଉଛି । ଚଳିତ ମାସ ଶେଷ ସପ୍ତାହ ଵେଳକୁ ଏହି ପ୍ରକଳ୍ପ କାମ ଆରମ୍ଭ ହେଵ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ଦୁଇ ଵର୍ଷ ଭିତରେ ପ୍ରକଳ୍ପ କାମ ଶେଷ ହେଵ । ପ୍ରକଳ୍ପ କାମ ସରିବା ପରେ କଟକ ରେଳ ଷ୍ଟେସନରେ ଵିମାନ ଵନ୍ଦରର ସୁଵିଧା ମିଳିବ ଵୋଲି ଵିଭାଗ ପକ୍ଷରୁ କୁହାଯାଇଛି ।
ସାଂସଦ ଭର୍ତ୍ତୃହରି ମହତାଵ କହିଛନ୍ତି, ‘‘ଏନେଇ ସବୁ ଦିଗକୁ ସମୀକ୍ଷା କରାଯାଇଛି। ମୁଖ୍ୟ ଫାଟକଠୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସବୁ ଦିଗରେ ଚମକିବ କଟକ ରେଳ ଷ୍ଟେସନ । 3 ମହଲା ବିଲ୍ଡିଂ ତଳେ ଯିବ ଟ୍ରେନ। ଯେଉଁଟା ପୁର୍ବରୁ କେବଳ ବିଦେଶରେ ଦେଖା ଯାଉଥିଲା । କିନ୍ତୁ ବର୍ତ୍ତମାନ ତାହା କଟକରେ ଦୃଷ୍ଟି ଗୋଚର ହେବ। ତେବେ ଯେଉଁ 3ଡି ଡାଇଗ୍ରାମ ପୂର୍ବରୁ ରେଳବାଇ ବିଭାଗ ପକ୍ଷରୁ ଜାରି କରଯାଇଥିଲା ସେଥିରେ କଟକର କୌଣସି ଛାପ ନଥିବା ହେତୁ ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।’’