କଟକ:ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳିବାର ପରମ୍ପରା ରହିଛି । ଚଳିତ ବର୍ଷ ଭାଇଚାରା ସହର କଟକରେ ଫିକା ପଡିଛି ଏହି ପର୍ବ । ଏବର୍ଷ ହୋଲି ଖେଳି ନାହାନ୍ତି ଅଧିକାଂଶ ଲୋକେ ।
ଭାଇଚାରା ସହରରେ ଫିକା ପଡିଲା ‘ହୋଲି’
କୋରୋନା ଭାଇରସ ପାଇଁ ଚଳିତ ବର୍ଷ କଟକ ସହରରେ ହୋଲି ପର୍ବ ଫିକା ପଡିଥିବା ଦେଖିବାକୁ ମିଳିଛି । ସବୁ ବର୍ଷ ଭଳି ଏବର୍ଷ ଲୋକେ ହୋଲି ଖେଳିବାକୁ ଏତେଟା ଆଗ୍ରହ ଦେଖାଇ ନଥିଲେ ।
ଭାଇଚାରା ସହରରେ ଫିକା ପଡିଲା ହୋଲି
କୋରୋନା ଭାଇରସ ପାଇଁ ହୋଲି ଫିକା ପଡିଥିବା କଟକ ବାସୀ କହିଛନ୍ତି । ଭାଇଚାରା ସହର କଟକର କିଛି କିଛି ସ୍ଥାନରେ ହର୍ବାଲ ରଙ୍ଗରେ ହୋଲି ଖେଳ ଦେଖିବାକୁ ମିଳିଥିଲା । ସେହିପରି ୧୫୦ ବର୍ଷର କଟକ କ୍ଲବରେ ହୋଲିପର୍ବ ପାଳନ କରାଯାଇଥିବା ବେଳେ ପୂର୍ବ ଭଳି ଭିଡ ନଥିଲା । ନାଚ,ଗୀତ ସାଙ୍ଗକୁ ବିଭିନ୍ନ ପ୍ରକାର ସୁସ୍ଵାଦ ଖାଦ୍ୟ ଖାଇ ହୋଲି ପାଳନ କରିଥିଲେ କଟକ କ୍ଲବର ସଦସ୍ୟ ମାନେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ