ଓଡିଶା

odisha

ETV Bharat / state

କଟକର ନୂଆ ଜିଲ୍ଲାପାଳ ନରହରି ସେଠୀ: ପ୍ରଥମ ବୈଠକରେ ବାଲିଯାତ୍ରା ନେଇ ଆଲୋଚନା

ପୂର୍ବତନ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ନରହରି ସେଠୀ । ପ୍ରଥମ ବୈଠକରେ ବାଲିଯାତ୍ରା ପରିଚାଳନା ନେଇ ଯୋଜନା । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 27, 2023, 12:08 PM IST

କଟକର ନୂଆ ଜିଲ୍ଲାପାଳ ନରହରି ସେଠୀ
କଟକର ନୂଆ ଜିଲ୍ଲାପାଳ ନରହରି ସେଠୀ

କଟକର ନୂଆ ଜିଲ୍ଲାପାଳ ନରହରି ସେଠୀ

କଟକ: କଟକର ନୂଆ ଜିଲ୍ଲାପାଳ ଭାବେ ନରହରି ସେଠୀ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କଠାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି । ପୂର୍ବରୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ କାମ କରୁଥିବା ନରହରି ସେଠୀ ଜିଲ୍ଲାପାଳ ହୋଇଛନ୍ତି । ତେବେ ପ୍ରଥମ ବୌଠକରେ ବାଲିଯାତ୍ରା ସମ୍ପର୍କରେ ଆଲୋଚନା କରାଛନ୍ତି ଜିଲ୍ଲାପାଳ । ତେବେ ଚଳିତ ବର୍ଷ ନଭେମ୍ବର ୨୭ରୁ ଅକ୍ଟୋବର ୦୪ ପର୍ଯ୍ୟନ୍ତ ଉଭୟ ଉପର ଓ ତଳ ପଡ଼ିଆରେ ଚାଲିବ ଐତିହାସିକ ବାଲିଯାତ୍ରା ।

ଦାୟିତ୍ୱ ନେବା ପରେ ନୂଆ ଜିଲ୍ଲାପାଳ କହିଛନ୍ତି,"କଟକ ସହ ତାଙ୍କର ଛାତ୍ର ଜୀବନରୁ ସମ୍ପର୍କ ରହିଛି । ସରକାରଙ୍କର ଯେଉଁ ସବୁ ପ୍ରକଳ୍ପ କଟକରେ ଚାଲିଛି, ତାହାକୁ ସମସ୍ତଙ୍କ ସହଯୋଗରେ ଆଗକୁ ନେବି । ଏହାସହ ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍‌ ପଞ୍ଜିକରଣ ଓ ଆବଣ୍ଟନ ନେଇ ତାରିଖ ଓ ନିୟମାବଳୀ ଘୋଷଣା ଉପରେ ବିଶେଷ ଧ୍ୟାନ ଦିଆଯିବ । ପୃଷ୍ଠପୋଷକ ବା ପାର୍ଟନମାନଙ୍କ ପାଇଁ ଆସନ୍ତା ୩୦ ତାରିଖରୁ ୦୩ ନଭେମ୍ବର ପର୍ଯ୍ୟନ୍ତ ଏହି ପଞ୍ଜିକରଣ ପ୍ରକ୍ରିୟା । ପ୍ରିମିୟମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଥିବା ବେଳେ ଗୋଲ୍ଡ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଅନନ୍ୟ ବ୍ୟବସାୟୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ଲଟ ନିଲାମ ହେବ । ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ତିନୋଟି ପ୍ଲଟ ଚୟନ କରିବେ। ବ୍ୟକ୍ତିବିଶେଷ, ଅନନ୍ୟ ବ୍ୟବସାୟୀ ଓ ଅନୁଷ୍ଠାନମାନଙ୍କ ପାଇଁ ୫ ହଜାର ଟଙ୍କାରେ ନିଲାମୀ ପାଇଁ ପଞ୍ଜିକରଣ କରିବେ । ୦୪ ନଭେମ୍ବରରୁ ୧୦ ନଭେମ୍ବର ମଧ୍ୟରେ ହେବ ପଞ୍ଜିକରଣ । ସକାଳ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା ।

ଏହା ମଧ୍ୟ ପଢନ୍ତୁ...ବସ୍ ମାଲିକ ସଂଘରେ ଫାଟ, ଲକ୍ଷ୍ମୀ ବସକୁ ବାଲେଶ୍ଵର ମାଲିକ ସଂଘର ସମର୍ଥନ

ସେ ଅହୁରି ମଧ୍ୟ କହିଛନ୍ତି, "୧୧ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ନିଲାମ ପ୍ରକ୍ରିୟା । ନିଲାମୀ ପ୍ରକ୍ରିୟା ପାଇଁ ସର୍ବନିମ୍ନ ୫୦ ଟଙ୍କା ପ୍ରତି ବର୍ଗଫୁଟ ଧାର୍ଯ୍ୟ କରାଯାଇଛି । କୌତୁହଳପୂର୍ଣ୍ଣ ଦୋଳି ସ୍ଥାପନ ପାଇଁ ସର୍ବନିମ୍ନ ପଞ୍ଜିକରଣ ରାଶି ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିପାଇଁ ନିଲାମ ପ୍ରକ୍ରିୟା ୧୬ ନଭେମ୍ବରୁର ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଉଠା ଦୋକାନୀ ବା ବ୍ୟବସାୟୀଙ୍କ ପାଇଁ ପଞ୍ଜିକରଣ ରାଶି ୧୦୦୦ ହଜାର ଟଙ୍କା ଧାର୍ଯ୍ୟ କରିଛି କଟକ ଜିଲ୍ଲା ପ୍ରଶାସନ । ସବୁ ପେମେଣ୍ଟ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details