ଓଡିଶା

odisha

ETV Bharat / state

ପ୍ରତିଶ୍ରୁତି ନା ପ୍ରତାରଣା ! ଏବେବି ସାହାଯ୍ୟ ଅପେକ୍ଷାରେ ମୌସୁମୀ

ଜନ୍ମରୁ ଅଚଳ କାନ ଓ ପାଟି ଯୋଗୁ ସବୁ ଆଶା ମଉଳି ଧୂଳିସାତ ହୋଇପଡିଛି ମୌସୁମୀଙ୍କର । ଯାହାକୁ ନେଇ ପଢିବା କ୍ଷେତ୍ରରେ ହେଉଛି ଅନେକ ଅସୁବିଧା । ଏହି ଅସୁବିଧା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁହାରି କରିଥିଲେ ମୌସୁମୀ । କିନ୍ତୁ ଏଯାବତ ପଦକ୍ଷେପ ଶୂନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Mar 17, 2019, 8:24 PM IST

କଟକ: ପାଠ ପଢିବାକୁ ଅନେକ ଇଛା । ମନରେ ଅସୁମାରୀ ସ୍ବପ୍ନ । କିନ୍ତୁ ଭାଗ୍ୟ ସାଜିଛି କାଳ । ଜନ୍ମରୁ ପାଟି ଓ କାନ ଅଚଳ ହୋଇପଡିଛି ମୌସୁମୀଙ୍କର । ଯାହାକୁ ନେଇ ପଢିବା କ୍ଷେତ୍ରରେ ହେଉଛି ଅନେକ ଅସୁବିଧା । ଏହି ଅସୁବିଧା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁହାରି କରିଥିଲେ ମୌସୁମୀ । କିନ୍ତୁ ଏଯାବତ ପଦକ୍ଷେପ ଶୂନ । ଗୁହାରିକୁ 3 ବର୍ଷ ପୁରିଥିଲେ ବି ଆଜି ବି ସମାନ ଅବସ୍ଥା ମୌସୁମୀଙ୍କର । ନା ଅଛି ଆର୍ଥିକ ପ୍ରୋତ୍ସାହନ ନା ଅଛି ଡ଼ାକ୍ତରୀ ସହାୟତା । ଯାହାକୁ ନେଇ ଅତିଷ୍ଠ ହୋଇପଡିଛନ୍ତି ପରିବାର ଲୋକେ । ଯଦି କିଛି ସହାୟତା ନମିଳେ ତେବେ ମୃତ୍ୟୁ ହିଁ ଶେଷ ବାଟ ବୋଲି କହିଛନ୍ତି ମା ସଂଯୁକ୍ତା ସ୍ୱାଇଁ ।

କଟକ ଶିଖରପୁରର ଝିଅ ମୌସୁମୀ ସ୍ବାଇଁ । ପାଠ ପଢି ବଡ଼ ମଣିଷ ହେବାର ଆଶା । କିନ୍ତୁ ଅଚଳ କାନ ଓ ପାଟି ଯୋଗୁ ସବୁ ଆଶା ମଉଳି ଧୂଳିସାତ । ସତରେ କଣ ମୁଁ କେବେ ଭଲରେ କଥା ହୋଇପାରିବି । ନା ଠିକ ସେ ଶୁଣି ପାରିବି । ଯାହାକୁ ନେଇ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି ମୌସୁମୀ । ଏହାକୁ ଦେଖି ମଧ୍ୟ କୋହରେ ଛଟପଟ ହେଉଛନ୍ତି ମା ସଂଯୁକ୍ତା । ନା ଅଛି ଶାହା କି ଭରସା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ନିର୍ଭୟ ପ୍ରତିଶ୍ରୁତିକୁ ଅପେକ୍ଷା କରି ଦୁଃଖରେ ଦିନ କାଟୁଛନ୍ତି ମୌସୁମୀର ପରିବାର ଲୋକେ ।

ଅନ୍ୟପଟେ ଏହି ପ୍ରତିଶ୍ରୁତି ଏକ ଧୂଆଁବଣ ବୋଲି କହିଛନ୍ତି ଚୌଦ୍ବାର କଂଗ୍ରେସ ନେତା ସନ୍ତୋଷ ମହାନ୍ତି । ବିଜେପି ଓ ବିଜେଡି କେବଳ ପ୍ରତିଶ୍ରୁତି ଦେଇ ଜାଣନ୍ତି । ଫଳାଫଳ ନୁହେଁ ବୋଲି କହିଛି କଂଗ୍ରେସ । ଦୀର୍ଘ 3 ବର୍ଷ ଧରି ପ୍ରତିଶ୍ରୁତି ଦେଇସୁଧା ଆଜି ପର୍ଯ୍ୟନ୍ତ କଣ ପାଇଁ ଚୁପ ବସିଛନ୍ତି ଧର୍ମେନ୍ଦ୍ର । ଯାହାକୁ ନେଇ ନିନ୍ଦା କରୁଛି କଂଗ୍ରେସ । ଏହା ସହିତ ଯଦି ଧର୍ମେନ୍ଦ୍ର ବାବୁ ଏହି ଦିଗ ପ୍ରତି ଦୃଷ୍ଟି ଦେଉନାହାନ୍ତି ତେବେ ମୁଁ ମୌସୁମୀକୁ ଭଲ କରିବି ବୋଲି କହିଛନ୍ତି ସନ୍ତୋଷ ।

ତେବେ ମୌସୁମୀଙ୍କ ପ୍ରତି ଆସିଥିବା ପ୍ରତିଶ୍ରୁତି, କଣ ପ୍ରତାରଣାରେ ପରିବର୍ତ୍ତନ ହେବ ? ନାଁ ଆଉ କେହି ବଢ଼ାଇବ ପ୍ରୋତ୍ସାହନର ହାତ ?

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details