ଓଡିଶା

odisha

ETV Bharat / state

କଟକରେ ଦୀପାବଳି କଟକଣା, ରାତି ୧୦ଟା ପରେ ବାଣ ଫୁଟାଇବା ମନା

ରାତି ପାହିଲେ ଦୀପାବଳି। କଟକ ସହରାଞ୍ଚଳର ପୋଲିସ ଅଧୀନସ୍ଥ ମୋଟ 27ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା କଥା କହିଛନ୍ତି ଡିସିପି ପିନାକ ମିଶ୍ର । ଅଧିକ ପଢନ୍ତୁ

By

Published : Oct 23, 2022, 5:38 PM IST

ସମୟ ମଧ୍ୟରେ ବାଣ ଫୁଟାନ୍ତୁ: ଡିସିପି
ସମୟ ମଧ୍ୟରେ ବାଣ ଫୁଟାନ୍ତୁ: ଡିସିପି

କଟକ:ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ବାଣ ଦୋକାନରେ ଗ୍ରାହକଙ୍କ ଭିଡ ଲାଗିଛି । କଟକ ସହରାଞ୍ଚଳର ପୋଲିସ ଅଧୀନସ୍ଥ ମୋଟ 27ଟି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା କହିଛନ୍ତି ଡିସିପି ପିନାକ ମିଶ୍ର । ଧାର୍ଯ୍ୟ ସମୟ ଭିତରେ ବାଣ ଫୁଟାଇବାକୁ କହିଛନ୍ତି ଡିସିପି ।

ସମୟ ମଧ୍ୟରେ ବାଣ ଫୁଟାନ୍ତୁ: ଡିସିପି

ସହରରେ ବାଣ ବିକ୍ରି ପାଇଁ ଲାଇସେନ୍ସ ଅନୁମତି ମାଗିଥିବା ସମସ୍ତଙ୍କୁ ଅନୁମତି ଦିଆଯାଇଛି । ପାଖାପାଖି 200ରୁ 220 ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଜିଲ୍ଲାର 27ଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି ମିଳିଛି । ଚୌଦ୍ବାରକୁ ମିଶାଇ ସମସ୍ତ ଥାନା ଅଞ୍ଚଳରେ ମୋଟ 27ଟି ସ୍ଥାନରେ ବାଣି ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇଛି । ବାଣି ବିକ୍ରି ପାଇଁ ସ୍ବତନ୍ତ୍ର ଗାଇଡଲାଇନ ରହିଛି । ଖୋଲା ସ୍ଥାନରେ ଦୋକାନ କରିବା ସହିତ ଦୋକାନ ମଧ୍ୟରେ କିପରି ଦୂରତା ରହିବ ସେ ଦିଗରେ ଧ୍ୟାନ ଦିଆଯାଇଛି । ଅଗ୍ନି ନିରାପତ୍ତା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏହା ସହିତ କେମିକାଲଯୁକ୍ତ ବାଣ ବିକ୍ରି ଉପରେ ରୋକ ଲାଗିଛି ।

ଏହ ବି ପଢନ୍ତୁ...ଏକାମ୍ର ହାଟରେ ମେଲିଛି ମାଟିଦୀପର ପସରା, ମନମୋହୁଛି ରଙ୍ଗବେରଙ୍ଗର ଦୀପ

ରାତି ୮ଟା ରୁ ୧୦ଟା ଭିତରେ ହିଁ ବାଣ ଫୁଟିବ । ସବୁଜ ବାଣକୁ ବାଦ ଦେଇ ଅନ୍ୟ ବାଣ କିମ୍ବା ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ଏଥିରେ ବ୍ୟତିକ୍ରମ ଦେଖିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details