ଓଡିଶା

odisha

ETV Bharat / state

ପାର୍ବଣ ପାଇଁ କଟକର ଅଭିଯାନ, ଅପରାଧ ନିୟନ୍ତ୍ରଣ ପାଇଁ ଲାଗିବ ୧୦୦୦ ସିସିଟିଭି - ଲାଗିବ ୧୦୦୦ ସିସିଟିଭି

ପାର୍ବଣ ଋତୁ ପୂର୍ବରୁ ଆକ୍ସନ ମୁଡରେ କଟକ କମିଶନରେଟ ପୋଲିସ । କଟକର ପ୍ରମୁଖ ଛକମାନଙ୍କରେ ଲାଗିବ ୧୦୦୦ ସିସିଟିଭି । ସେହି ଅଞ୍ଚଳର ଗତି ବିଧି ଉପରେ ରହିବ ନଜର ରହିବା ସହିତ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ । ଅଧିକ ପଢନ୍ତୁ

ପାର୍ବଣ ପାଇଁ କଟକର ଅଭିଯାନ, ଅପରାଧ ନିୟନ୍ତ୍ରଣ ପାଇଁ ଲାଗିବ ୧୦୦୦ ସିସିଟିଭି
ପାର୍ବଣ ପାଇଁ କଟକର ଅଭିଯାନ, ଅପରାଧ ନିୟନ୍ତ୍ରଣ ପାଇଁ ଲାଗିବ ୧୦୦୦ ସିସିଟିଭି

By

Published : Aug 26, 2022, 9:18 PM IST

କଟକ: ଆଗକୁ ଆସୁଛି ପାର୍ବଣ ଋତୁ । ତେଣୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ଭାଇଚାରା ସହର କଟକ । କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହିତ କଟକବାସୀ ପାର୍ବଣ ସମୟକୁ ଉପଭୋଗ କରିବେ ସେନେଇ ଗୁରୁତ୍ବ ଦେଇଛି କଟକ କମିଶନରେଟ ପୋଲିସ । ପୂଜା ପୂର୍ବରୁ କଟକର ପ୍ରମୁଖ ଛକ ମାନଙ୍କରେ ଲାଗିବ ୧୦୦୦ ସିସିଟିଭି (1000 CCTV point) । ଏହାର ସିଧାସଳଖ ସଂଯୋଗ କଟକ ଡିସିପି ଅଫିସ ସହ ରହିବ ବୋଲି କଟକ ଡିସିପି ପିନାକ ମିଶ୍ର (DCP of cuttack Pinak Mishra) କହିଛନ୍ତି ।

ପାର୍ବଣ ପାଇଁ କଟକର ଅଭିଯାନ, ଅପରାଧ ନିୟନ୍ତ୍ରଣ ପାଇଁ ଲାଗିବ ୧୦୦୦ ସିସିଟିଭି

ପାଖେଇ ଆସୁଛି ପାର୍ବଣ ଋତୁ( coming festival Season ) । ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥାଏ ପୂଜାର ମାହୋଲ । ଗଣେଶ ପୂଜା, ବିଶ୍ବକର୍ମା ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦି କ୍ରମରେ ଦେବତାମାନେ ଧରାବତରଣ କରିବେ ଭୂପୃଷ୍ଠକୁ । ଶ୍ରଦ୍ଧାଳୁମାନେ ଭକ୍ତି ମନରେ ସ୍ବାଗତ କରିବେ ଦେବତାମାନଙ୍କୁ । ପାର୍ବଣ ଋତୁକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରି ରାଜ୍ୟରେ ଚର୍ଚ୍ଚାରେ ରହିଥାଏ ଭାଇଚାରର ସହର କଟକ । ଗଣେଶ ମୂର୍ତ୍ତି ଉଚ୍ଚତା ହେଉ କି ଦୁର୍ଗା ପୂଜାର ଚାନ୍ଦି ମେଢ ହେଉ ସବୁଥିରେ ନିଜର ପ୍ରଶଂସା ସାଉଁଟିଥାଏ କଟକ । ତେବେ କଟକରେ କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ପୂଜାର ଆୟୋଜନ କରାଯିବ, ଅପରାଧଭିତ୍ତିକ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ନୂଆ ପଦକ୍ଷେପ ନେଇ ଆଗକୁ ବଢିଛି କଟକ କମିଶନରେଟ ପୋଲିସ । ପୂଜା ପୂର୍ବରୁ କଟକର ପ୍ରମୁଖ ଛକମାନଙ୍କରେ ଲାଗିବ ୧୦୦୦ ସିସିଟିଭି । ପୂଜା ପୂର୍ବରୁ ଅପରାଧ ଦମନର ନୂଆ ଫର୍ମୁଲା ଉପଯୋଗ କରିଛନ୍ତି କଟକ ଡିସିପି କମିଶନରେଟ ପୋଲସ । ବିଭିନ୍ନ ସଙ୍ଗଠନ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଏହି ସିସିଟିଭି ଲାଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବାଉନ ବଜାର ତେପନ ଗଳିରେ ଲାଗିବ ସିସିଟିଭି । ଏପର୍ଯ୍ୟନ୍ତ 200 ରୁ ଉର୍ଦ୍ଧ୍ବ ସିସିଟିଭି ବିଭିନ୍ନ ଛକରେ ଲାଗି ସାରିଛି । ତେବେ ଆଜି କଟକର ପ୍ରମୁଖ ହାୱଡା ମୋଟର ଛକ ନିକଟରେ 30ଟି ସିସିଟିଭି କ୍ୟାମେରା ଲାଗିବାର ବ୍ୟବସ୍ଥା କରାଯାଇଛି ।

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି "ପୂଜା ପୂବର୍ରୁ ୧୦୦୦ ସିସିଟିଭି କ୍ୟାମେରା ଲଗାଯିବାର ଟାର୍ଗେଟ ରହିଛି । ଏହାର ସିଧାସଳଖ ସଂଯୋଗ ଡିସିପି ଅଫିସର କଣ୍ଟ୍ରୋଲ ରୁମ ସହିତ ରହିବ । ଯାହା ଫଳରେ ୨୪x୭ ଘଣ୍ଟା ଆମେ ସେହି ଅଞ୍ଚଳର ଗତି ବିଧିକୁ ନଜର ରଖି ପାରିବୁ । ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର ବ୍ୟାକ୍ତି ବିଶେଷ କମିଶନରେଟ ପୋଲିସର ଅନୁରୋଧ କ୍ରମେ ବିଭିନ୍ନ ଅଞ୍ଚଳରେ ସିସିଟିଭି ଲଗାଇଛନ୍ତି । ଆଜି ପର୍ଯ୍ୟନ୍ତ ୨୦୦ କ୍ୟାମେରା ଲାଗିଥିବା ଅଞ୍ଚଳର ଗତିବିଧିକୁ ଆମେ କଣ୍ଟ୍ରୋଲ ରୁମ ଜରିଆରେ ଦେଖି ପାରୁଛି ।"


ଇଟିଭି ଭାରତ, କଟକ

ABOUT THE AUTHOR

...view details