ଓଡିଶା

odisha

ETV Bharat / state

ଭସାଣି ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ - କଟକରେ ଦଶହରା ଭସାଣି ଉତ୍ସବ

ଜିଲ୍ଲାର ପ୍ରସିଦ୍ଧ ଦଶହରା ପୂଜା କୋରୋନା କଟକଣା ମଧ୍ୟରେ ଶେଷ ହେବା ସହ ଭସାଣି ମଧ୍ୟ କଟକଣା ମଧ୍ୟରେ ଶେଷ କରିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଏ ନେଇ ଜିଲ୍ଲାରେ 30 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାର କଟକ ଡିସିପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Cuttack commissionerate Police prepared for immersion
ଭସାଣି ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

By

Published : Oct 26, 2020, 6:15 PM IST

କଟକ:ଦୁର୍ଗତି ନାଶିନୀ, ମହାମାୟୀ ମା' ଦୁର୍ଗାଙ୍କର ମୂର୍ତ୍ତି ବିସର୍ଜନ ଭସାଣି ଯାତ୍ରା ପାଇଁ ଜିଲ୍ଲାର ସମସ୍ତ ପ୍ରସ୍ତୁତି ସରିଛି । କୋରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଭସାଣି ଯାତ୍ରାର ଆୟୋଜନ କରାଯିବ । ତବେ ଏ ନେଇ 30 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ କଟକ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ମିଳିଛି ।

ଭସାଣି ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

ଚଳିତ ବର୍ଷ କୋରୋନା କଟକଣା ସହିତ ଭସାଣି ଯାତ୍ରାର ଆୟୋଜନ କରାଯାଇଛି । ସୋମବାର 26ଟି ବଙ୍ଗୀୟ ମେଢ ବିସର୍ଜିତ ହେବ ଏବଂ ମଙ୍ଗଳବାର ପୂଜା ସମ୍ପନ୍ନ ହୋଇ ପୂର୍ବାହ୍ନ 10ରୁ 6 ମଧ୍ୟରେ ସମସ୍ତ ମେଢ ବିସର୍ଜିତ ହେବ । ତେବେ ବିସର୍ଜନ ପାଇଁ ସହରରେ 14ଟି କୃ୍ତ୍ରିମ ପୁଷ୍କରିଣୀ ନିର୍ମାଣ କରାଯାଇଛି ।

ବିସର୍ଜନ ସମୟରେ କେତୋଟି ନିର୍ଦ୍ଦିଷ୍ଟ ନିୟମ ସ୍ଥିର କରାଯାଇଛି । ମା' ଦୁର୍ଗାଙ୍କ ପ୍ରତିଟି ମେଢ ସହିତ କେବଳ 7ଜଣ ରହିପାରିବେ । ଲୋକମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବରୁ ହେଉଥିବା ସାହି ପରିକ୍ରମାକୁ ଚଳିତ ବର୍ଷ ପାଇଁ ଅନୁମତି ଦିଆଯାଇ ନାହିଁ । କୃତ୍ରିମ ପୁଷ୍କରିଣୀ ନିକଟରେ ପୋଲିସ ଓ ଓଡରାଫ୍‌ ଟିମ ମୁତୟନ କରାଯିବ । ବିସର୍ଜନ ସମୟରେ ଭିଡ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମେଢ ସହ ପୋଲିସ ଫୋର୍ସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି । ଭସାଣି ଉତ୍ସବ ଲାଗି ଜିଲ୍ଲାରେ 30 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାର କଟକ ଡିସିପି ସୂଚନା ଦେଇଛନ୍ତି ।

ତେବେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ନିରାଡମ୍ବର ସହକାରେ ଦଶହରା ପୂଜାକୁ ଶେଷ କରାଯାଇଛି । ମା'ଙ୍କ ଦର୍ଶନରେ କଟକଣା ଲଗାଯିବା ସହିତ ବିନା ବାଦ୍ୟଯନ୍ତ୍ରରେ ପୂଜା ସମ୍ପନ୍ନ କରାଯାଇଛି । ପ୍ରତି ମଣ୍ଡପ ସମ୍ମୁଖରେ ପରଦା ଲଗାଯାଇଥିଲା । ବିନା ଭକ୍ତରେ ପୂର୍ବ ପରମ୍ପରା ଅନୁଯାୟୀ ମା'ଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details