ଓଡିଶା

odisha

By

Published : May 20, 2020, 10:41 PM IST

ETV Bharat / state

ବାତ୍ୟା ପରେ କଟକ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଆମ୍ଫାନ ବାତ୍ୟା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ଥିବା କହିଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ...

cuttack collector, review the situation in cuttack, cyclone amphan, bhabani shankar chayini, ବାତ୍ୟା ପରେ କଟକ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଖବର, ବାତ୍ୟା ଅମ୍ଫାନ
ବାତ୍ୟା ପରେ କଟକ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

କଟକ: ବାତ୍ୟା ଅମ୍ଫାନ ପ୍ରଭାବ କଟକ ସହରରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବୁଧବାର ସକାଳୁ କଟକ ସହରରେ ପବନ ବେଗ ବଢିବା ସହିତ ବର୍ଷା ଲାଗି ରହିଥିଲା । ଯାହାଫଳରେ ଜୀବନ ଯାତ୍ରା ଏକ ପ୍ରକାର ପ୍ରଭାବିତ ହୋଇଛି । ତେବେ ଲଗାଣ ବର୍ଷା ପୂର୍ବରୁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଯୋଗୁଁ କଟକରେ ସେଭଳି କୌଣସି ଜଳବନ୍ଦୀ ଦେଖିବାକୁ ମିଳିନାହିଁ । ଏହାପରେ ବି ବାତ୍ୟା ପରେ କଟକ ସହର ସ୍ଥିତି ସମୀକ୍ଷା କରିଛନ୍ତି ଖୋଦ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ବାତ୍ୟା ପରେ କଟକ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ବାତ୍ୟା ପରେ କଟକ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ବୁଧବାର କଟକ ଖାନନଗର, ବାଦମବାଡୀ, ବ୍ରଜକବାଟି ସହିତ ସହରର ତଳି ଅଞ୍ଚଳ ଆଦି ସ୍ଥାନ ବୁଲି ଜଳବନ୍ଦୀ ସ୍ଥିତି ସମୀକ୍ଷା କରିଥିଲେ । ଅନ୍ୟପଟେ ଅମ୍ଫାନ ପ୍ରଭାବରେ କଟକ ସିଟି ହସ୍ପିଟାଲ ସାମ୍ନାରେ ଥିବା ଗଛ ପବନରେ ଉପୁଡି ପଡିଥିଲା ସେଠାରେ ଓଡ୍ରାଫ (ODRAF) ଟିମ ପହଞ୍ଚି ତୁରନ୍ତ ରାସ୍ତା ସଫା କରିଥିଲେ । ତେବେ ଏହି ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା ବେଳେ ସମସ୍ତ ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ବ୍ଲକରେ ଆଲର୍ଟ ରଖାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ ।

ବାତ୍ୟା ପରେ କଟକ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ବାତ୍ୟା ପରେ କଟକ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ସେହିପରି କଟକ ଜିଲ୍ଲାର ନିଆଳି, କଣ୍ଟାପଡା ଆଦି ଅଞ୍ଚଳରୁ ୩୯୦୦ ଲୋକଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ସେମାନଙ୍କ ଲାଗି ସମସ୍ତ ପ୍ରକାର ଶୁଖିଲା ଓ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ବାତ୍ୟାର ପ୍ରଭାବରେ ଗଛ ଭାଙ୍ଗି ରାସ୍ତା ବନ୍ଦ ହେବା କି କୌଣସି ଘର ଭଙ୍ଗିବା ଭଳି ରିର୍ପୋଟ ହସ୍ତଗତ ହୋଇନାହିଁ । ଏଥିସହ କୌଣସି ପ୍ରକାର ଅସୁବିଧା ହେଲେ ସଙ୍ଗେ ସଙ୍ଗେ ମୁକାବିଲା କରିବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ ଭାବନୀ ଶଙ୍କର ଚୟନୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details