କଟକ: ବର୍ଷ ୨୦୨୨ ବିଦାୟ ନେବାକୁ ଯାଉଛି । ବିଦାୟୀ ବର୍ଷକୁ ସ୍ମରଣୀୟ କରିବା ସାଙ୍ଗକୁ ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବା ପାଇଁ କଟକରେ ଥିବା ବିଭିନ୍ନ କ୍ଲବରେ ଚାଲିଛି ସ୍ଵତନ୍ତ୍ର ପ୍ରସ୍ତୁତି । ବିଶେଷ କରି ଓସିଏ,କଟକ ଓ ଉନୀୟନ କ୍ଲବ ଏଥର ଜିରୋ ନାଇଟ ସେଲିବ୍ରେସନକୁ ବେଶ୍ ଧୁମଧାମରେ ପାଳନ କରିବାକୁ ଯାଉଛନ୍ତି କଟକବାସୀ ।
ସଜେଇ ହେଉଛି କଟକ କ୍ଲବ, ଜିରୋ ନାଇଟରେ ଲାଗିବ ଦେଶୀ ତଡ଼କା
ଦୁଇବର୍ଷର ବ୍ୟବଧାନ ପରେ ଏଥର ସାମୁହିକ ଭାବରେ ପାଳନ ହେବାକୁ ଯାଉଛି ଜିରୋ ନାଇଟ । ଜିରୋ ନାଇଟକୁ କିଭଳି କଟକବାସୀ ଭରପୁର ଉପଭୋଗ କରିବେ ସେନେଇ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରଖିଛନ୍ତି କ୍ଲବ ଆୟୋଜକ ।
ଜିରୋ ନାଇଟକୁ କିଭଳି କଟକବାସୀ ଭରପୁର ଉପଭୋଗ କରିବେ ସେନେଇ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରଖିଛନ୍ତି କ୍ଲବ ଆୟୋଜକ । ତେବେ ଦୁଇବର୍ଷର ବ୍ୟବଧାନ ପରେ ଏଥର ସାମୁହିକ ଭାବରେ ପାଳନ ହେବାକୁ ଯାଉଛି ଜିରୋ ନାଇଟ । ବର୍ଷ ୨୦୨୨କୁ ବିଦାୟ ଦେବା ସହିତ ଅନେକ ଖଟା ମିଠା ମୁହୂର୍ତ୍ତକୁ ମନେ ପକାଇବାର ସମୟ । ସବୁ କିଛିକୁ ସ୍ମୃତି କରି ସାଉଟି ରଖିବାର ମୁହୂର୍ତ୍ତ । ଏଥି ସହିତ ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବାର ବେଳ । ଏହାକୁ ସ୍ମରଣୀୟ କରିବା ପାଇଁ କଟକ ସହରର ସର୍ଵ ପୁରାତନ କଟକ କ୍ଳବ୍ ତାର ପ୍ରସ୍ତୁତି ଚଳାଇଛି । ପ୍ରତିଭା ବାନ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ କରିବ କ୍ଳବ ସେନେଇ ବିଶେଷ ଆୟୋଜନ କରିଛି । ବିଶେଷକରି ଦେଶୀ ଗୀତରେ ଦୁଲୁକିବ କଟକ କ୍ଲବ । ଆଉ ଏହି ତାଳରେ ନାଚିବେ ସମସ୍ତ ବୟସର ବ୍ୟକ୍ତି ବିଶେଷ । କେବଳ ଯେ ଯୁବ ବର୍ଗ ତାହା ନୁହେଁ ବରଂ ସବୁ ବୟସ୍କମାନେ କ୍ଲବରେ ନୂଆ ବର୍ଷର ମଜା ଉଠାଇ ପାରିବେ ବୋଲି ସଭାପତି କହିଛନ୍ତି ।
ଇଟିଭି ଭାରତ, କଟକ