ଓଡିଶା

odisha

ETV Bharat / state

ବାରବାଟୀ ଷ୍ଟାଡିୟମର ଇତିହାସ ସର୍ବପୁରାତନ: କ୍ରୀଡାମନ୍ତ୍ରୀ - barbati stadium

କ୍ରୀଡା ଦିବସ ଉପଲକ୍ଷେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକର ନାଁ ରହିଛି "ସାଗା ଅଫ ବାରଵାଟି ଷ୍ଟାଡିୟମ" ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 30, 2019, 6:44 AM IST

କଟକ: ବାରବାଟୀ ଷ୍ଟାଡିୟମ ଐତିହ୍ୟ ଓ କୀର୍ତ୍ତିମାନକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ । କ୍ରୀଡା ଦିବସ ଉପଲକ୍ଷେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭ ଉନ୍ମୋଚନ କରିଛନ୍ତି ପୁସ୍ତକ । ଯାହାର ନାମ ରହିଛି "ସାଗା ଅଫ ବାରବାଟୀ ଷ୍ଟାଡିୟମ" । ଏହାର ଲେଖକ ରହିଛନ୍ତି କୈଳାସ ଚନ୍ଦ୍ର ସାହୁ ।

ବାରବାଟୀ ଷ୍ଟାଡିୟମ ରାଜ୍ୟର ଏକ ଅପୂର୍ବ ସ୍ମୃତି । ଯାହା ଓଡିଶାକୁ ଆଜି ବିଶ୍ବ ଦରବାରରେ ପରିଚିତ କରିଛି। ଯେଉଁଠାରେ ସବୁ କ୍ରୀଡା ଆୟୋଜିତ ହୁଏ । ବିଶେଷକରି କ୍ରିକେଟ ଓ ଫୁଟବଲ । ତେବେ ଏହି ଷ୍ଟାଡିୟମର ଅନେକ କୀର୍ତ୍ତିମାନ ରହିଛି । ଯାହାକୁ ବର୍ଣ୍ଣନା କରିବା ଏକପ୍ରକାର କଷ୍ଟସାଧ୍ୟ । ଏଥିପାଇଁ ଏହି ସମୂହ କୀର୍ତ୍ତିମାନର ସ୍ରଷ୍ଟାଙ୍କ ଗାଥା ଜାଣିବା ପାଇଁ ଏହି ପୁସ୍ତକର ଉନ୍ମୋଚନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଯୁବ କ୍ରିକେଟର, କ୍ରୀଡାପ୍ରେମୀ ବାରବାଟୀ ଇତିହାସର ପୃଷ୍ଠା ମଣ୍ଡନ କରିନାହାନ୍ତି । ଏହା ପଛରେ ରହିଛି ଅନେକ ସ୍ରଷ୍ଟାଙ୍କ କାହାଣୀ । ବାରବାଟୀର ଉତ୍ପତି ଆଉ ବର୍ତମାନ ସ୍ଥିତିର ସେହି ଅମୂଲ୍ୟ ଇତିହାସ ସମ୍ପର୍କରେ ଜାଣିବା ପାଇଁ ଏହି ପୁସ୍ତକ ଅନେକ ସହାୟକ ହେବ। ଯାହାକୁ ସମସ୍ତେ ଜାଣିବା ନିତ୍ୟନ୍ତ ଆବଶ୍ୟକତା ରହିଛି ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details