ଓଡିଶା

odisha

ETV Bharat / state

ମହାନଦୀରେ ଦ୍ବିତୀୟ ବନ୍ୟା: ହୁଳୁହୁଳା ପୋଲ ଉପରେ 3 ଫୁଟର ପାଣି, ଜଳବନ୍ଦୀ ବାଙ୍କୀବାସିନ୍ଦା - ଫୁଲୁଛି ମହାନଦୀ

ମହାନଦୀର ଉପର ମୁଣ୍ଡ ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ବାରା ମହାନଦୀ ଫୁଲୁଛି । 2ୟ ଥର ପାଇଁ ମହାନଦୀରେ ବନ୍ୟା ପରିସ୍ଥିତି ଉପୁଜିଥିବାବେଳେ ଜଳବନ୍ଦୀ ହୋଇପଡିଛନ୍ତି ବାଙ୍କୀବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 9, 2019, 11:47 AM IST

କଟକ: ମହାନଦୀରେ ଦ୍ବିତୀୟ ବନ୍ୟା । ବାଙ୍କୀ ଘୋଡାବର ନିକଟ ହୁଳୁହୁଳା ପୋଲ ଉପରେ ପ୍ରବାହିତ ହେଉଛି 3ଫୁଟର ବନ୍ୟା ଜଳ । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବାତାବରଣ ଛାଇ ରହିଛି । ରତାଗଡ ସୁବର୍ଣ୍ଣପୁର ଭଳି 6ଟି ପଞ୍ଚାୟତରେ ଏବେ ଗମନାଗମନ ଠପ୍ ହୋଇପଡିଛି । ଉପର ମୁଣ୍ଡା ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ମହାନଦୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ହୁଳୁହୁଳା ପୋଲଟି ମହାନଦୀ କଡରେ ତଥା ନୀଚ ସ୍ଥାନରେ ହୋଇଥିବା ଯୋଗୁଁ ବାରମ୍ବାର ଏଭଳି ବନ୍ୟାଜଳ ପୋଲ ଉପରେ ମାଡି ଯାଉଛି । ଫଳରେ ଯାତାୟାତକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସୀ । ସେପଟେ ଏହି ପୋଲକୁ ଉଚ୍ଚା କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଥିବାର ଅଭିଯୋଗ ହୋଇଛି ।

ଏପରିକି ସ୍କୁଲ ଠାରୁ ଆରମ୍ଭ କରି ମେଡିକାଲ ଯିବା ବାଧାପ୍ରାପ୍ତ ହେଉଛି । ଆଉ ଏହା ଦ୍ବାରା ବ୍ୟାପକ ଫସଲ ନଷ୍ଟ ହେବା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details