କଟକ:ନଭେମ୍ବର ମାସ 27 ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ମାସ 27 ତାରିଖରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଦୀର୍ଘ 8 ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବାକୁ ପ୍ରୟାସ କରାଯାଉଛି । ଏଥର ଚିତ୍ତାକର୍ଷକ,ତ୍ରୁଟି ଶୂନ୍ୟ ଓ ସୁରକ୍ଷିତ ବାଲିଯାତ୍ରା କରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ଏହାସହ କିଛି ନୂଆ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଖାଲି ସେତିକି ନୁହେଁ, ଓରମାସର ଷ୍ଟଲ ସଂଖ୍ୟା 400 କୁ ମଧ୍ୟ ବୃଦ୍ଧି କରାଯାଇଛି ।
ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦିଆଯିବ । କଟକ ଜିଲ୍ଲାପାଳଙ୍କ ଦ୍ଵାରା ଆଜି ଆୟୋଜିତ ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି, ସିଡିଏ ଅଧ୍ୟକ୍ଷଙ୍କ ସମେତ କଟକ ଡିସିପି ଯୋଗ ଦେଇଥିବାବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ । ଏହାସହ ଅନ୍ୟାନ୍ୟ ସରକାରୀ ବିଭାଗର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି ।
ଏହା ବି ପଢନ୍ତୁ...ଇଣ୍ଡୋନେସିଆରେ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା, ରହିବ ଓଡ଼ିଆ ଛାପ