ଓଡିଶା

odisha

ETV Bharat / state

ବସରେ ଚାଲାଣ ହେଉଥିଲା ୫୨୦ ପକ୍ଷୀ ଓ ୫୮ ଟି ଠେକୁଆ, ଜବତ କଲା ପୋଲିସ

ପଶ୍ଚିମବଙ୍ଗରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ବସରେ ବେଆଇନ ପଶୁପକ୍ଷୀ ଚାଲାଣ ବେଳେ ଜବତ କଲା କଟକ ବାଦାମବାଡ଼ି ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଅଧିକ ପଢନ୍ତୁ...

By

Published : Nov 24, 2020, 8:12 AM IST

Cuttack Badambadi police seized while transporting Different birds
ବସରେ ବେଆଇନ ଚାଲାଣ ହେଉଥିଲା ୫୨୦ ପକ୍ଷୀ ଓ ୫୮ ଟି ଠେକୁଆ, ଜବତ କଲା ପୋଲିସ

କଟକ: ବେଆଇନ ପଶୁପକ୍ଷୀ ଚାଲାଣ ବେଳେ ଜବତ କଲା କଟକ ବାଦାମବାଡ଼ି ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରୁ ମହାଲକ୍ଷ୍ମୀ ନାମକ ଏକ ବସ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରେ ବସଟିକୁ ପାର୍କିଂ କରାଯାଇଥିଲା। ତେବେ ଏହି ବସରେ ପଶୁପକ୍ଷୀଙ୍କୁ ବେଆଇନ ଭାବରେ ଚାଲାଣ କରାଯାଉଥିବା କମିଶନରେଟ ପୋଲିସ ପାଖରେ ପୂର୍ବରୁ ଖବର ଥିଲା।

ବସରେ ବେଆଇନ ଚାଲାଣ ହେଉଥିଲା ୫୨୦ ପକ୍ଷୀ ଓ ୫୮ ଟି ଠେକୁଆ, ଜବତ କଲା ପୋଲିସ

ଖବରପାଇ ବାଦାମବାଡ଼ି ପୋଲିସ ଉକ୍ତ ବସକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବସର ଡିକିରେ ଭଳିକି ଭଳି ୫୨୦ ପକ୍ଷୀ ଓ ୫୮ ଟି ଠେକୁଆ ଆଦି ପଞ୍ଜୁରୀରେ ରଖାଯାଇ ଥିବା ଦେଖିବାକୁ ମିଳିଥିଲା। ତେବେ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details