ଓଡିଶା

odisha

ETV Bharat / state

ତୈଳ ଦର ବୃଦ୍ଧି ବିରୋଧରେ କଟକ କଂଗ୍ରେସର ବିକ୍ଷୋଭ - ତୈଳ ଦର ବୃଦ୍ଧି ବିରୋଧରେ କଟକ କଂଗ୍ରେସର ବିକ୍ଷୋଭ

ଲଗାତାର ଭାବେ ପେଟ୍ରୋଲ, ଡିଜେଲର ଦରବୃଦ୍ଧି ପ୍ରତିବାଦରେ କଟକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି ବିରୋଧରେ କଟକ କଂଗ୍ରେସର ବିକ୍ଷୋଭ
ତୈଳ ଦର ବୃଦ୍ଧି ବିରୋଧରେ କଟକ କଂଗ୍ରେସର ବିକ୍ଷୋଭ

By

Published : Jun 11, 2021, 6:04 PM IST

କଟକ: ଦେଶରେ କରୋନାର ଦ୍ବିତୀୟ ଲହର ଜାରି ରହିଥିବା ସମୟରେ କେନ୍ଦ୍ରରେ ମୋଦି ସରକାର ଲଗାତାର ଭାବେ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ଆଜି କଟକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ।

ତୈଳ ଦର ବୃଦ୍ଧି ବିରୋଧରେ କଟକ କଂଗ୍ରେସର ବିକ୍ଷୋଭ

ସିଡ଼ିଏ ଠାରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ କଟକ ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯେଉଁଥିରେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ, ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା, ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା ପ୍ରମୁଖ ସାମିଲ୍ ହୋଇଥିଲେ।

କଂଗ୍ରେସ ନେତାଙ୍କ ଅଭିଯୋଗ ମୁତାବକ କରୋନା କାଳରେ ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡି ଯାଇଛି। ଏଭଳି ସ୍ଥିତିରେ ଦେଶ ତଥା ରାଜ୍ୟର କେତେକ ଅଞ୍ଚଳରେ ପେଟ୍ରୋଲ ଦର ପ୍ରତି ଲିଟର ୧୦୦ ଟଙ୍କା ପାର କରିଛି । ଡିଜେଲ ଦର ମଧ୍ୟ ସେହି ଅନୁପାତରେ ବଢି ବଢି ଚାଲିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ଢେର ବଢିଯାଇଛି। ତେଲ ଦର ବଢିବା ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଟ. ୨୫.୭୨ ପଇସା ଓ ଡିଜେଲ ଦର ପ୍ରତି ଲିଟର ପିଛା ଟ. ୨୩.୯୩ ପଇସା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଗତ ୫ ମାସ ମଧ୍ୟରେ ୪୩ ଥର ବୃଦ୍ଧି କରିବା ଦୁର୍ଭାଗ୍ୟଜନକ ଅଟେ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଟିକସ ଛାଡ଼ କରନ୍ତୁ ଫଳରେ ଲୋକେ କିଛି ମାତ୍ରାରେ ଆସ୍ୱସ୍ତ ହେବେ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details