ବ୍ରହ୍ମପୁର/କଟକ: ନବ ଦାସ ହତ୍ୟକାଣ୍ଡ ଘଟଣା। ନବଦାସ ଙ୍କୁ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଅତି ନିକଟରୁ ଗୁଳି ଚଳାଇଥିବା ଏ.ଏସ୍.ଆଇ ଗୋପାଳ ଦାସଙ୍କ ଆଙ୍କୁଲି ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ତିନି ଦିନ ଧରି ପୁଣି କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁର ରେ ତନାଘନା ଜାରି ରହିଛି। ଗତକାଲି ଜଳେଶ୍ବରପୁର ସ୍ଥିତ ପୈତୃକ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ପଚାରାଉଚରା କରିବା ପରେ ଗୋପାଳ ଦାସଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ।
ଏପରିକି ଗତକାଲି ଠାରୁ ସତ୍ୟନାରାୟଣ ଙ୍କୁ ଜେରା କରାଯାଉଥିଲା । ଏଥି ସହ ଗୋପାଳଙ୍କ ପକ୍ଷରୁ ଝାରସୁଗୁଡ଼ା ଠାରେ କରାଯାଇଥିବା ବ୍ରହ୍ମପୁର ହୋଟେଲ ପରିଚାଳନା କରୁଥିବା ବଡ଼ଭାଇ ସତ୍ୟନାରାୟଣ ସମେତ ସେଠାକାର ହୋଟେଲରେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିବା ପରେ ଛାଡି ଦେଇଥିବା ଜଣାପଡିଛି। ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଆଙ୍କୁଲି ବାସ ଭବନ ରେ ଦୁଇଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଆଙ୍କୁଲି ଘରେ ଭିତରେ ଏ.ଏସ୍.ଆଇ ଗୋପାଳ ଦାସ ଙ୍କ ପତ୍ନୀ ଜୟନ୍ତୀ ଏବଂ ତାଙ୍କ ପୁତୁରା ରହିଛନ୍ତି ।
ସେହିପରି ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ 4 ଦିନିଆ ରିମାଣ୍ଡ ରେ ଆଣି ତନାଘନା କରୁଛି କ୍ରାଇମବ୍ରାଞ୍ଚ । ମନ୍ତ୍ରୀ ବ୍ୟବହାର କରିଥିବା ଗାଡି କୁ ସାଇଣ୍ଟିଫିକ ଟିମ ଦ୍ୱାରା ଯାଞ୍ଚ କରାଯାଉଛି। ସବୁଠାରୁ ବଡ଼ କଥା ହେଉଛି ଗୋପାଳ ର ମେଡିକାଲ ଚିକିତ୍ସା ସମ୍ବନ୍ଧୀୟ କୁ ତନାଘନା କରାଯାଉଛି। ସେହିପରି ଅର୍ଥ କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ବିଶେଷକରି ତାର ଟଙ୍କା କାରବାର ବିଗତ ଦିନ ମାନଙ୍କରେ ସେହିଭଳି କିଛି କରାଯାଇଛି କି ! ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ସେହିପରି କ୍ରାଇମବ୍ରାଞ୍ଚ ର ଆଉ ଗୋଟିଏ ଟିମ ମନ୍ତ୍ରୀଙ୍କ ସହଯୋଗୀ ତଥା ଘଟଣାସ୍ଥଳ ରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାର କୁ ନେଇ ତଥ୍ୟ ସଂଗ୍ରହ କରୁଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ଘଟଣାସ୍ଥଳ ରେ ରହି ଏହି ସମସ୍ତ ତଦନ୍ତ ର ତଦାରଖ କରୁଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।