Arun Bothra meets Justice JP Das କଟକ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିବା ବେଳେ ତଦନ୍ତକୁ ଜୋରଦାର କରିଛି । ଆଜି କଟକରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି ଦାସଙ୍କ ବାସ ଭବନରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ପହଞ୍ଚି ଆଲଚନା କରିଛନ୍ତି ।
ନବଙ୍କୁ ହତ୍ୟା ଘଟଣାରେ ତଦନ୍ତର ତଦାରଖ କରୁଛନ୍ତି ଜଷ୍ଟିସ ଜେପି ଦାସ । ତେବେ ଅରୁଣ ବୋଥ୍ରା ଜଷ୍ଟିସଙ୍କୁ ଭେଟି ତଦନ୍ତର ଅଗ୍ରଗତି ବିଷୟରେ ଅବଗତ ବାବଦରେ ଜଣାଇଛନ୍ତି । ତଦନ୍ତର ବିଭିନ୍ନ ଦିଗ ଓ ଅନ୍ୟାନ୍ୟ ବିଷୟରେ ଜଷ୍ଟିସ ଜେପି ଦାସ ଗାଇଡ କରିବା ନେଇ ସୂଚନା ରହିଥିବା ବେଳେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା କେତେ ବାଟ ତଦନ୍ତ ପହଞ୍ଚିଛି ଏବଂ ତଦନ୍ତର ଦିଗ ବିଷୟରେ ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Naba Das murder case: ଆଜି ସରିବ ରିମାଣ୍ଡ, ହୋଇପାରେ ସିନ ରିକ୍ରିଏସନ
ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କଟକ ସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ଏକ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଛନ୍ତି । ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ମନିଟରିଂ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ଆଲୋଚନା ପରେ ଗଣମାଧ୍ୟମକୁ ଅରୁଣ ବୋଥ୍ରା କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଜଷ୍ଟିସ ଜେପି ଦାସ ପ୍ରତିକ୍ରିୟା ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଡିଜି ଜଗନ୍ନାଥଙ୍କୁ ଡାକନ୍ତୁ ସେ ତାଙ୍କୁ ଜଣାଇଦେବେ: ସୌମ୍ୟରଞ୍ଜନ ପଟ୍ଟନାୟକ
ସେ କହିଛନ୍ତି,"କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଆଜି ଆସିଥିଲେ । କଣ ଆଲୋଚନା ହୋଇଛି ସେ ନେଇ କହିବା ଠିକ ନୁହଁ । ନବ ଦାସ୍ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ଅବଗତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରାଯାଇଛି । ଆହୁରି ମଧ୍ୟ ଅନେକ ଆଲୋଚନା କରାଯିବ । କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନେଇ କିଛି ପରାମର୍ଶ ଦିଆଯାଇଛି । ଆବଶ୍ୟକ ପଡିଲେ ଘଟଣାସ୍ଥଳକୁ ମୁଁ ନିଜେ ଯିବି । କିନ୍ତୁ କେବେ ଯିବି ସେ ନେଇ ନିଷ୍ପତ୍ତି ନେଇ ନାହିଁ । ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା ରଖିଛି ।"
ଇଟିଭି ଭାରତ, କଟକ