କଟକ: ଜମୁଛି ବାଲିଯତ୍ରା । ଯାତ୍ରା ସରିବାକୁ ହାତରେ ଆଉ ଗୋଟିଏ ଦିନ ବାକିଥିଲା ବେଳେ ପ୍ରତିଦିନ ବାଲିଯତ୍ରା ପଡିଆରେ ଦୃଶ୍ୟମାନ ହେଉଛି ଜନ ସମୁଦ୍ର । ତେବେ ଏହି ସମୁଦ୍ର ମଧ୍ୟରେ ରହିଛନ୍ତି ଅନେକ କ୍ରିକେଟ ପ୍ରେମୀ । କାରଣ କ୍ରିକେଟ ପ୍ରେମୀଙ୍କୁ ଆକୃଷ୍ଟ କରୁଛି ବାଲିଯାତ୍ରାରେ ପ୍ରଥମ କରି ଆସିଥିବା ନେଟ୍ସ କ୍ରିକେଟ । 70 ଟଙ୍କାରେ ଟିକେଟ କିଣି ଗୋଟିଏ ଫେଜ ଖେଳିବାର ସୁଯୋଗ ପାଉଛନ୍ତି କ୍ରିକେଟ ପ୍ରେମୀ ।
ଐତିହାସିକ ବାଲିଯାତ୍ରାରେ କ୍ରିକେଟ କ୍ରେଜ ମେସିନ ମାଧ୍ୟମରେ ବଲ ପକାଇ ବ୍ୟାଟିଂ କରୁଛନ୍ତି ଇଚ୍ଛୁକ କ୍ରିକେଟର । ବିଭିନ୍ନ ସଟ୍ ଖେଳି ହେଉଛନ୍ତି ଆତ୍ମହରା ।
ଅନ୍ୟପଟେ ଏହି ଆୟୋଜନ କରିବା ପାଇଁ ରଶ୍ମିରଞ୍ଜନ ଉଠାଇଛନ୍ତି ଅନେକ କଷ୍ଟ । ବୋଲିଂ ମେସିନ କିଣିବା ତା' ସହ ବାଲିଯାତ୍ରା ପଡିଆରେ ପ୍ରଥମ କରି ନେଟ୍ସ କ୍ରିକେଟ ଷ୍ଟଲ କରିବା ପାଇଁ ଅନେକ ଦୁଃଖ ଓ କଷ୍ଟ ସହିଛନ୍ତି । ଏହି କଷ୍ଟ ବ୍ୟବସାୟ ପାଇଁ ନୁହେଁ ବରଂ କ୍ରିକେଟର ମନୋରଞ୍ଜନ ପାଇଁ ବୋଲି କହିଛନ୍ତି । ଯିଏ ବି ଚାହିଁବ ସେ କ୍ରିକେଟ ର ମଜା ଉଠାଇ ପାରିବ ।
ତେବେ ରଶ୍ମିଙ୍କ ଏପରି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଦର୍ଶକ । ଯଦି ପ୍ରତିବର୍ଷ ଏହି କ୍ରିକେଟର ମଜା ମିଳି ପାରନ୍ତା ତେବେ ପିଲାଦିନ ସ୍ମୃତି କିଛି ମନେ ପଡି ପାରନ୍ତା ବୋଲି କହିଛନ୍ତି ଦର୍ଶକ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ