ଓଡିଶା

odisha

ETV Bharat / state

ଚଳିବନି ବିଜେଡି-ବିଜେପିର ଆପୋସ ବୁଝାମଣା: ସିପିଆଇ

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସିପିଆଇ ଜାତୀୟ ସାଧାରଣ ସମ୍ପାଦକ ଡି ରାଜା । ତେବେ କେନ୍ଦ୍ର ସରକାରର ଅପରାଗତାକୁ ନେଇ ସାରାଦେଶରେ ଅକ୍ଟୋବର 10ରୁ 16 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ସିପିଆଇ  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 29, 2019, 8:57 PM IST

କଟକ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସିପିଆଇ ଜାତୀୟ ସାଧାରଣ ସମ୍ପାଦକ ଡି ରାଜା । ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ କେନ୍ଦ୍ର ସରକାରର ଅପରାଗତା ତଥା ଦେଶର ଆର୍ଥିକ ମାନ୍ଦାବସ୍ଥା ଓ କଶ୍ମୀର ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ସିପିଆଇ । ଏନେଇ ସାରାଦେଶରେ ଅକ୍ଟୋବର 10ରୁ 16 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ସିପିଆଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଜନବିରୋଧୀ ବୋଲି ସମ୍ବୋଧନ କରିଛନ୍ତି ସେ । ବେକାରୀ ସମସ୍ୟା, ଅର୍ଥନୈତିକ ମାନ୍ଦାବସ୍ଥା, ସାମ୍ପ୍ରଦାୟିକ ସୁରକ୍ଷାରେ ସରକାର ସମ୍ପୂର୍ଣ୍ଣ ବିଫଳ। ଏକ ଦେଶ ଏକ ଭାଷା, ଓ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ନେଇ ନିଜର ପକ୍ଷ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details