ଓଡିଶା

odisha

ETV Bharat / state

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କୁ ସମନ, ଆସନ୍ତା ୩୧ରେ କୋର୍ଟରେ ହେବେ ହାଜର - ମାହାଙ୍ଗା ଡବଲ ମର୍ଡର ପ୍ରତାପ ଜେନାଙ୍କୁ କୋର୍ଟ ସମନ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ସମନ । ଆସନ୍ତା ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ସମନ ଜାରି କରିଛନ୍ତି ସାଲେପୁର JMFC କୋର୍ଟ । ଅଧିକ ପଢ଼ନ୍ତୁ

ମାହାଙ୍ଗା ଡବଲ ମର୍ଡର ମାମଲା
ମାହାଙ୍ଗା ଡବଲ ମର୍ଡର ମାମଲା

By ETV Bharat Odisha Team

Published : Oct 6, 2023, 10:24 PM IST

Updated : Oct 7, 2023, 12:11 AM IST

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା । ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ସମନ । ଆସନ୍ତା ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ସମନ ଜାରି କରିଛନ୍ତି ସାଲେପୁର JMFC କୋର୍ଟ । ଏକ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ କୋର୍ଟ ସମନ ଜାରି କରିଛନ୍ତି ।


ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି କୋର୍ଟ । ଫଳରେ ବିଧାୟକଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ସାଲେପୁର ଜେଏମଏଫସି କୋର୍ଟ ପ୍ରତାପଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ମାମଲାରେ ପ୍ରତାପଙ୍କ ବିରୁଧରେ ବିଚାରଯୋଗ୍ୟ ପ୍ରମାଣ ରହିଥିବା ଦର୍ଶାଇ ମାମଲାକୁ ସାଂସଦ ଓ ବିଧାୟକଙ୍କ ମାମଲା ବିଚାର ପାଇଁ ଗଠିତ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାମଲାରେ କଗନିଜାନ୍ସ ଗ୍ରହଣ କରାଯାଇ ନଥିଲା । ଏଭଳି ସ୍ଥିତିରେ ମାମଲାର ରେକର୍ଡ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତଙ୍କୁ ହସ୍ତାନ୍ତର ହୋଇ ପାରିନଥିଲା ।

ତେବେ ସାଲେପୁର ଜେଏମଏଫସି ଅଦାଲତ ପୁଣି ମାମଲାର ଶୁଣାଣି କରି ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ପ୍ରତାପଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତ ମାମଲା ହେଉଛି ବୋଲି ଦର୍ଶାଇ କଗନିଜାନ୍ସ ଗ୍ରହଣ କରିଛନ୍ତି । ପ୍ରତାପଙ୍କ ବିରୋଧରେ ମାମଲା ଚାଲିବା ପାାଇଁ ଆଇନ ଆପାତ ପ୍ରମାଣଯୋଗ୍ୟ ଉପାଦାନ ରହିଛି । ତେଣୁ ପ୍ରତାପଙ୍କୁ ସମନ ଜାରି ପାଇଁ ଆବଶ୍ୟକ ନଥିପତ୍ର ଦାଖଲ ପାଇଁ ଅଭିଯୋଗକାରୀଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାହାଙ୍ଗା ଡବଲ ମର୍ଡର ଘଟଣା, ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ


ସୂଚନାଯୋଗ୍ୟ ୨୦୨୧ ମସିହା ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାପରେ ରମାକାନ୍ତଙ୍କ ମୃତ୍ୟୁ ହୋଇ ସାରିଥିବାରୁ ତାଙ୍କ ଭାଇ ରଞ୍ଜିତଙ୍କୁ ପ୍ରୋଟେଷ୍ଟ ପିଟିସନ ଦାଖଲ କରିବାକୁ ଅନୁମତି ଲୋଡ଼ି ସାଲେପୁର ଜେଏମଏଫସି ଅଦାଲତରେ ଆବେଦନ କରାଯାଇଥିଲା । ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହିତ ଏଥିପାଇଁ ଅନୁମତି ଦେଇଥିଲେ । ଏହାପରେ ରଣଜିତ ପ୍ରେଟେଷ୍ଟ ପିଟିସନ କଂପ୍ଲେନ କେସ୍ ମାଧ୍ୟମରେ ଦାଖଲ କରିଥିଲେ । ମାମଲାରେ ରଣଜିତଙ୍କ ବୟାନ ଅଦାଲତରେ ରେକର୍ଡ କରାଯାଇଥିଲା। ଏହାସହ ଆଉ କେତେକ ସାକ୍ଷୀଙ୍କ ବୟାନ ମଧ୍ୟ ଅଦାଲତରେ ରେକର୍ଡ କରାଯାଇଥିଲା ।


ତେବେ ଏହି ମାମଲାରେ ଥାନାରେ ଦିଆଇଥିବା ଏଫ୍‌ଆଇଆର୍‌ରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି । ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଗତ ୩ ମାସ ହେଲା ସମୟ ଗଡ଼ାଇ ଚାଲିଥିଲା ପୋଲିସ । ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ତେବେ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Oct 7, 2023, 12:11 AM IST

ABOUT THE AUTHOR

...view details