ଓଡିଶା

odisha

ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଚଞ୍ଚକତା କରି BPL କାର୍ଡ ହାତେଇଲେ ରୁଜୁ ହେବ ଅପରାଧିକ ମାମଲା - fake BPL card issue

ଚଞ୍ଚକତା କରି BPL କାର୍ଡ ହାତେଇଲେ ଯିବେ ଜେଲ। ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ। ଅଧିକ ପଢନ୍ତୁ...

ହାଇକୋର୍ଟଙ୍କ ନିର୍ଦ୍ଦେଶ,ଚଞ୍ଚକତା କରି BPL କାର୍ଡ ହାତେଇଲେ ହେବ ଅପରାଧିକ ମାମଲା
ହାଇକୋର୍ଟଙ୍କ ନିର୍ଦ୍ଦେଶ,ଚଞ୍ଚକତା କରି BPL କାର୍ଡ ହାତେଇଲେ ହେବ ଅପରାଧିକ ମାମଲା

By

Published : Jul 3, 2021, 10:24 PM IST

କଟକ:ଚଞ୍ଚକତା କରି BPL କାର୍ଡ ହାତେଇଲେ ହେବ ଜେଲ । ରୁଜୁ ହେବ ଅପରାଧିକ ମାମଲା । ଆର୍ଥିକ ସ୍ବଚ୍ଛଳ ଥିବା ବ୍ୟକ୍ତି BPL ତାଲିକାରେ ସାମିଲ ହେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏମାନଙ୍କ ଯୋଗୁ ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଦେବେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଦ୍ଵାରା ଦାୟର ମାମଲାର ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ,ଚଞ୍ଚକତା କରି BPL କାର୍ଡ ହାତେଇଲେ ହେବ ଅପରାଧିକ ମାମଲା

ରାଜ୍ୟରେ ଆର୍ଥିକ ଅନଟନର ଶିକାର ତଥା BPL ଶ୍ରେଣୀଭୁକ୍ତ ଥିବା ପ୍ରକୃତ ବ୍ୟକ୍ତି ହିଁ ସରକାରୀ ସୁବିଧା ପାଇବା ହକଦାର । ହେଲେ ଯେଉଁମାନେ ଚଞ୍ଚକତା କରି BPL ତାଲିକାରେ ସାମିଲ ହେବେ ସେମାନଙ୍କ ବିରୋଧରେ ଠକିବା, ଜାଲ କାଗଜପତ୍ର ଦେବା ଭଳି ଅନେକ ଅପରାଧିକ ସଙ୍ଗୀନ ଦଫା ଲଗେଇ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ଆଉ ଏହା ଏକ ଜାମିନ ଅଯୋଗ୍ୟ ଅପରାଧ ବୋଲି ହାଇକୋର୍ଟ ଜଷ୍ଟିସ ବିଶ୍ବନାଥ ରଥଙ୍କ ରାୟ ଶୁଣାଇଛନ୍ତି । ଏହାକୁ ସ୍ବାଗତ କରିଛନ୍ତି ବରିଷ୍ଠ ଆଇନଜୀବୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details