କଟକ: ଚୈଦ୍ବାର ଥାନା ଅନ୍ତର୍ଗତ ବାଣୀପଦା ଗ୍ରାମରେ ଉଗ୍ର ରୂପ ନେଇଛି ଗୋଷ୍ଠୀ ସଂଘର୍ଷ । ଗତ ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଠାରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଛନ୍ତି ଚୌଦ୍ବାର ଥାନା ଅଧିକାରୀ।
ସୂଚନା ଅନୁଯାୟୀ ଗୁରୁବାର ରାତିରେ ଯାତ୍ରା ଚାଲିଥିବା ସମୟରେ ହଠାତ୍ କୌଣସି କାରଣରୁ ପୂର୍ବ ଶତ୍ରୁତା ଆଧାରରେ ସ୍ଥାନୀୟ ମଲିକସାହି ଓ ଦୁର୍ଗାସାହି ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଯାହାକୁ ନେଇ ସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଚୌଦ୍ବାର ଥାନା ଅଧିକାରୀ ।