କଟକ:ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ସିଙ୍ଗର ସୌରିନ ଭଟ୍ଟଙ୍କ ଅଡୁଆ ବଢିବାରେ ଲାଗିଛି । ଲୁକ ଆଉଟ ନୋଟିସ ପରେ ଏବେ ସୌରନି ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । କୋକକାତାର ବ୍ୟାଙ୍କ ଅଫ ବରୋଦା ଓ କର୍ପୋରେସନ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହେବ । ଏନେଇ ବ୍ୟାଙ୍କକୁ ଚିଠି ହୋଇଛି ।
ଗତକାଲି ସୌରିନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହୋଇଛି । ଏହା ପରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ନେଇ ସୂଚନା ମିଳିଛି । କୋଲକାତାରେ ଥିବା କରପୋରେସନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାର ଦୁଇଟି ଆକାଉଣ୍ଟ ଫ୍ରିଜ ପାଇଁ ଚିଠି କରିଛି କମିଶନରେଟ ପୋଲିସ । ଜଣେ ଯୁବତୀଙ୍କୁ ବିବାହ କରିବାକୁ କହି ପ୍ରତାରଣା ଦେବା ଅଭିଯୋଗ ଫେରାର ଥିବା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଝଟକା ପରେ ଝଟକା ଲାଗିଛି । ଲୁକ ଆଉଟ ସର୍କୁଲାକ ଜାରି ପରେ ଏବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହେବ । ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଵା ପରେ ତାଙ୍କୁ ଠାବ କରିବା ପାଇଁ କଲିକୋତା ଯାଇଥିଲା ଏକ ସ୍ବତନ୍ତ୍ର ପୋଲିସ ଟିମ ମାତ୍ର ତାଙ୍କର କୌଣସି ପତ୍ତା ମିଳୁନାହିଁ ।
ଏହା ବି ପଢନ୍ତୁ...ମିଳୁନି ସୌରିନ ଭଟ୍ଟଙ୍କ ଖୋଜଖବର, କଣ୍ଠଶିଳ୍ପୀଙ୍କ ନାଁରେ ଲୁକ ଆଉଟ ନୋଟିସ୍