ଓଡିଶା

odisha

ETV Bharat / state

ଦୀପାବଳି ନେଇ କମିଶନରେଟ ପୋଲିସର ଆଡଭାଇଜରୀ ଜାରି - ଦୀପାବଳି ନ୍ୟୁଜ

ଦୀପାବଳି ନେଇ ଆଡଭାଇଜରୀ ଜାରି । ଟ୍ବିନିସିଟିରେ ଆତସବାଜିର ବ୍ୟବହାର ନେଇ ସତର୍କ କରାଇଛି କମିଶନରେଟ ପୋଲିସ।

police

By

Published : Oct 25, 2019, 2:34 PM IST

ଭୁବନେଶ୍ବର: ଆଉ 2 ଦିନ ପରେ ଦୀପାବଳି । ଏହାକୁ ନେଇ ଟ୍ବିନସିଟିବାସୀ ବେଶ୍‌ ଉତ୍ସାହିତ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଆତସବାଜିର ବ୍ୟବହାରକୁ ନେଇ ସତର୍କ ସୂଚନା ଜାରି କରିଛି । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ସହ ଫାଇନ ଆଦାୟ କରାଯିବ।

ଦୀପାବଳି ନେଇ ଆଡଭାଇଜରୀ କଲା କମିଶନରେଟ ପୋଲିସ

ଆତସବାଜି ବ୍ୟବହାରକୁ ନେଇ ଜନସାଧାରଣଙ୍କ ନିମନ୍ତେ କମିଶନରେଟ ପୋଲିସର ପରାମର୍ଶ -

  1. ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶାନୁସାରେ ସଂନ୍ଧ୍ୟା8ଟାରୁ ରାତି10ଟା ଯାଏଁ ବାଣ ଫୁଟାଯାଇ ପାରିବ
  2. ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣନ୍ତୁ
  3. ପିଲାଙ୍କୁ ଏକୁଟିଆ ବାଣ ଫୁଟେଇବାକୁ ଦିଅନ୍ତୁ ନାହିଁ
  4. 125 ଡେସିବଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ
  5. ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ଫୁଟାନ୍ତୁ ନାହିଁ
  6. ସାମୁହିକ ବାଣ ଫୁଟେଇବା ପାଇଁ ଜନବସିତି ଠାରୁ ଦୂରରେ ଥିବା ଖୋଲା ପଡିଆର ବ୍ୟବହାର କରନ୍ତୁ
  7. ଚାଇନା ବାଣ ମାଳରେ ଫୁଟେଇବା ସମ୍ପୂର୍ଣ୍ଣ ନିଷେଧ
  8. ବାଣ ଫୁଟେଇବା ପରେ ଅବଶେଷ ଗୁଡିକ ପାଣିରେ ବୁଡାଇ ଦିଅନ୍ତୁ
  9. ବାଣ ଫୁଟେଇବା ସମୟରେ ଆଶୁ ବକ୍ସ ପାଖରେ ରଖନ୍ତୁ
  10. ହାତରେ ବାଣ ଧରି କଦାପି ଫୁଟାନ୍ତୁ ନାହିଁ
  11. ନିଷେଧ ସ୍ଥାନ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଯଥା କର୍ତ୍ତୁପକ୍ଷଙ୍କ ଦ୍ବାରା ଘୋଷିତ ନୀରବ ଅଞ୍ଚଳରେ ବାଣ ପୁଟାନ୍ତୁ ନାହିଁ
  12. ନିରୀହ ପଶୁଙ୍କ ଉପରେ ଆତସବାଜି ପ୍ରୟୋଗ କରନ୍ତୁ ନାହିଁ
  13. ଜରୁରୀ ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ(100) ଓ ଦମକଳ କେନ୍ଦ୍ର(101)କୁ ସହାୟତା ପାଇଁ ଫୋନ କରନ୍ତୁ

ଏଥିସହ କମିଶନରେଟ ପୋଲିସ ଭୁବନେଶ୍ବର-କଟକବାସୀଙ୍କୁ ଦୀପାବଳିର ଶୁଭକାମନା ମଧ୍ୟ ଜଣାଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details