ଓଡିଶା

odisha

ନୂଆ ଆଇନ: ଛାତ୍ରଛାତ୍ରୀ ଧରାପଡିଲେ 25 ବର୍ଷ ଯାଏଁ ମିଳିବନି ଲାଇସେନ୍ସ

By

Published : Sep 6, 2019, 8:33 PM IST

ଅଧିକ ଫାଇନ କଟାଯାଇ ପୋଲିସ ଜୁଲମ କରୁଥିବା ଘଟଣାକୁ ଖଣ୍ଡନ କରିଛନ୍ତି ପୋଲିସ କମିଶନର ଡ଼ଃ ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, 1ରୁ ଆଜି ପର୍ଯ୍ୟନ୍ତ ଯେତେ ଫାଇନ ସବୁ କଟା ଯାଇଛି ,କାହାଠାରୁ  1ହଜାରରୁ ଅଧିକ ଟଙ୍କା ଫାଇନ ରଖା ଯାଇନାହିଁ। କେବଳ 2ଜଣଙ୍କ ଠାରୁ ଗତକାଲି 5 ହଜାର ଲେଖାଏଁ ଫାଇନ କଟାଯାଇଛି। ସେମାନେ ମୋବାଇଲରେ କଥା ହୋଇ ଗାଡି ଚଳାଉଥିଲେ । ଏଯାଏଁ ପଲ୍ୟୁସନ ପାଇଁ କାହାଠାରୁ ବି ଫାଇନ କଟାଯାଇ ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ନୂଆ ମୋଟର ଯାନ ଆଇନ ଆଳରେ ଟ୍ରାଫିକ ପୋଲିସ ଓ ଏମଭିଆଇ ଫାଇନ ନାଁରେ ଅଧିକ ଜରିମାନା ଆଦାୟ କରାଯାଉଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ଫାଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ଡ଼ ସୁଧାଂଶୁ ଷଡଙ୍ଗୀ। ଅଧିକ ଫାଇନ କଟାଯାଇ ପୋଲିସ ଜୁଲମ କରୁଥିବା ଘଟଣାକୁ ସେ ଖଣ୍ଡନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପ୍ଟେମ୍ବର 1 ରୁ ଆଜି ପର୍ଯ୍ୟନ୍ତ ଯେତେ ଫାଇନ ସବୁ କଟା ଯାଇଛି ,କାହାଠାରୁ 1ହଜାରରୁ ଅଧିକ ଟଙ୍କା ଫାଇନ ରଖା ଯାଇନାହିଁ। କେବଳ 2ଜଣଙ୍କ ଠାରୁ ଗତକାଲି 5 ହଜାର ଲେଖାଏଁ ଫାଇନ କଟାଯାଇଛି। ସେମାନେ ମୋବାଇଲରେ କଥା ହୋଇ ଗାଡି ଚଳାଉଥିବାରୁ ସେମାନଙ୍କଠାରୁ କେବଳ 5 ହଜାର ଲେଖାଏଁ ଫାଇନ କଟାଯାଇଥିବା ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି। ତେବେ ପଲ୍ୟୁସନ ପାଇଁ କାହାଠାରୁ ବି ଫାଇନ କଟାଯାଇନଥିବା କମିଶନର କହିଛନ୍ତି ।

ଅଟୋ ଚାଳକଙ୍କ ଠାରୁ ଯେଉଁ ଅଧିକ ଫାଇନ କରାଯାଇଥିଲା, ତାହା ଆରଟିଓ କରିଛି। ସମସ୍ତଙ୍କୁ ସଚେତନ କରିବା ପୋଲିସର କର୍ତ୍ତବ୍ୟ । ସମସ୍ତେ ଏନେଇ ସଚେତନ ହେବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି। ତେବେ ପୋଲିସ ପିସିଆର ଗାଡିରେ ଗାଡି ଡ୍ରାଇଭର ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ରହିଥିବା କମିଶନର କହିଛନ୍ତି। ଅନ୍ୟ ସମସ୍ତ ସୁରକ୍ଷାକର୍ମୀଙ୍କ ପାଇଁ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କମିଶନର ଆଜି ସ୍ପଷ୍ଟ କରିଛନ୍ତି।

ସେହିପରି ବଡ ବଡ ସପିଂ ମଲ୍‌ କର୍ତ୍ତୃପକ୍ଷ ମଲ ଆଗରେ ଧଳା ଚୁନ ପକାଇ ପାର୍କିଂ ସମ୍ପର୍କରେ ସଚେତନତା କରାଇବା ବାଧ୍ୟତାମୂଳକ। ଏନେଇ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୌଣସି ସପିଂ ମଲ୍‌ କର୍ତ୍ତୃପକ୍ଷ ଯଦି ନିଜ କର୍ମଚାରୀଙ୍କୁ ପାର୍କିଂ ସ୍ଥାନ ପାଇଁ ନିଯୁକ୍ତି କରନ୍ତି, ତେବେ ସେମାନଙ୍କୁ ଅତିରିକ୍ତ ପୋଲିସ କର୍ମଚାରୀର ମାନ୍ୟତା ଦିଆଯିବ ବୋଲି କମିଶନର କହିଛନ୍ତି।

ସେହିପରି ଛାତ୍ରଛାତ୍ରୀଙ୍କୁ ଗାଡି ଚଳାଇବା ଉପରେ ଅଙ୍କୁଶ ଲଗାଯାଇଛି। ଯଦି କମ ବୟସର ଛାତ୍ରଛାତ୍ରୀ ଗାଡି ଚାଳନା କରୁଥିବାବେଳେ ଧରା ପଡନ୍ତି,ତେବେ ସେମାନଙ୍କୁ 25 ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ଦିଆଯିବ ନାହିଁ। ଏଥିସହ ସେମାନଙ୍କ ଅଭିଭାବକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details