କଟକ: ଜିଲ୍ଲାର ଅରୁଣଦୟ ମାର୍କେଟ ନିକଟରେ ଥିବା ଏକ କୋଚିଂ ସେଣ୍ଟରକୁ ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ସିଲ କରିଛି । ତେବେ ଏହି ସେଣ୍ଟରରେ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗ ହେବା ପରେ ଗୁରୁବାର ସିଏମସି ଏହାକୁ ସିଲ କରିଥିବା ଜଣାପଡିଛି ।
ସାମାଜିକ ଦୂରତା ନିୟମକୁ ଉଲ୍ଲଙ୍ଘନ କରି କୋଚିଂ ସେଣ୍ଟର ଚାଲୁଥିଲା । ଖବର ପାଇ ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ କୋଚିଂ ସେଣ୍ଟରରେ ପହଞ୍ଚି ଏହାକୁ ସିଲ କରିଛି । ଅରୁଣଦୟ ମାର୍କେଟ ନିକଟରେ ଥିବା ଏକ କୋଚିଂ ସେଣ୍ଟରକୁ ସିଏମସି ସିଲ କରିଥିବା ଜଣାପଡିଛି । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସହରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ଼ ନିୟମ ସଠିକ ଭାବେ ପାଳନ ହେଉଛି କି ନାହିଁ ତାହାକୁ ଏହି ଟିମ ଯାଞ୍ଚ କରୁଛି ।