ଓଡିଶା

odisha

ETV Bharat / state

ମୁକୁଳା ଡ୍ରେନରେ ପଡି ଛାତ୍ର ମୃତ୍ୟୁ ଘଟଣା, ପରିବାର ଲୋକଙ୍କୁ ଭେଟିଲା CMC - କଟକ ମେୟର ସୁବାଷ ସିଂ

ମୁକୁଳା ଡ୍ରେନରେ ପଡି 9 ବର୍ଷର ଛାତ୍ର ମୃତ ଘଟଣା । ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କଲେ ମେୟର । ଅଧିକ ପଢ଼ନ୍ତୁ

minor died after falling into open drain
ମୁକୁଳା ଡ୍ରେନରେ ପଡି ଛାତ୍ର ମୃତ

By

Published : Jan 17, 2023, 5:16 PM IST

ମୁକୁଳା ଡ୍ରେନରେ ପଡି ଛାତ୍ର ମୃତ୍ୟୁ ଘଟଣା

କଟକ: ବିଡାନାସୀରେ ମୁକୁଳା ଡ୍ରେନରେ ପଡି ଛାତ୍ର ମୃତ ଘଟଣା । ଆଜି (ମଙ୍ଗଳବାର) କଟକ ମେୟର ସୁବାଷ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣ ଘଟଣାସ୍ଥଳ ବୁଲିବା ସହ ମୃତ ଛାତ୍ରଙ୍କ ପରିବାରକୁ ଭେଟିଛନ୍ତି । ପରିବାରକୁ ସାନ୍ତ୍ୱନା ଦେଇ କ୍ଷତିପୂରଣ ପ୍ରତିଶୃତି ଦେଇଛନ୍ତି ମେୟର । ଏଥି ସହିତ ଘଟଣା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବାରୁ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଅନ୍ଧବିଶ୍ୱାସର କରୁଣ ପରିଣତି, ଜିଭ କାଟିବା ପରେ ଯୁବକଙ୍କୁ ପିଟିପିଟି ହତ୍ୟା !

ପ୍ରାଥମିକ ପର୍ଯ୍ୟାୟରେ ମୃତ ଛାତ୍ରଙ୍କ ପରିବାରକୁ 33 ହଜାର ଟଙ୍କାର ସହାୟତା ପରିବାରକୁ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆବଶ୍ୟକ ଆର୍ଥିକ ସହାୟତା ଦିଆଯିବ ବୋଲି ମେୟର କହିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣା ଯେପରି ଆଗକୁ ନ ହୁଏ ସେଥି ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି । ତେବେ ଗତ 15 ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା । ତୃତୀୟ ଶ୍ରେଣୀରେ ପଢ଼ୁଥିବା 9 ବର୍ଷର ନିଷ୍ପାପ ଶିଶୁ ଜୋସେଫ ସାହାଣୀ । ବିଡାନାସୀ ବନ୍ଧ ଛକ ନିକଟରେ ରହୁଥିବା କିଶୋର ସାହାଣୀଙ୍କ ପୁଅ ଜୋସେଫ ରବିବାର ଅପରାହ୍ନରେ ଗୁଡି ଉଡାଉଥିବା ସମୟରେ ନିକଟରେ ଥିବା ମୁକୁଳା ଡ୍ରେନରେ ଖସି ପଡ଼ିଥିଲେ। ହେଲେ କିଏ ଜାଣିଥିଲା ମୃତ୍ୟୁ ସେଠି ଜଗି ବସିଛି ବୋଲି । କିଛି ସମୟ ଖୋଜା ଖୋଜି ପରେ ଏକ ବାଉଁଶ ସାହାଯ୍ୟରେ ସ୍ଥାନୀୟ ଲୋକ 7 ଫୁଟ ପାଣି ଥିବା ଗଭୀର ଡ୍ରେନରୁ ଜୋସେଫଙ୍କୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ମୁକୁଳା ଡ୍ରେନ ନେଲା 9ବର୍ଷ ଶିଶୁର ପ୍ରାଣ, CMC ଉପରେ ଦୋଷ ଲଦିଲେ ପରିବାର

ଗୁରୁତର ଅବସ୍ଥାରେ ଜୋସେଫକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଅଭାବନୀୟ ଘଟଣା ପାଇଁ ପରିବାର ଲୋକେ ସିଧା ସିଧା ସିଏମସିକୁ ଦାୟୀ କରିଥିଲେ । ସ୍ଥାନୀୟ ବାସିନ୍ଦା କହିଛନ୍ତି 6 ମାସରୁ ଅଧିକ ସମୟ ହେବ ଡ୍ରେନ କାମ ବନ୍ଦ ହୋଇ ପଡିଥିବା ବେଳେ ସେହି ଦିନ ଠାରୁ ଡ୍ରେନ ମୁକୁଳା ହୋଇ ପଡିଛି । ମହାନଗର ନିଗମ ଏବଂ ଡ୍ରେନେଜ ବିଭାଗର ଅପାରଗତା ପାଇଁ ତାଙ୍କ ପିଲାର ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ। ତେବେ ଆଜି ଘଟଣାସ୍ଥଳ ବୁଲିବା ସହ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମେୟର ଓ କମିଶନର।

ଇଟିଭି ଭାରତ, କଟକ

ABOUT THE AUTHOR

...view details