ଓଡିଶା

odisha

By

Published : Jul 20, 2023, 8:49 PM IST

ETV Bharat / state

26ରେ କଟକ ଆସିବେ ରାଷ୍ଟ୍ରପତି: ସଜାଗ CMC, ପ୍ରସ୍ତୁତିରେ ରହିବନି ତ୍ରୁଟି

କଟକ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଗସ୍ତକୁ ନେଇ ସିଏମସିର ଗୁରୁତ୍ବପୂରର୍ଣ୍ଣ ବୌଠକ । ଅଧିକ ପଢନ୍ତୁ

କଟକ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ ଗସ୍ତରେ ଅସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଆସନ୍ତା ୨୬ରେ କଟକ ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହାଇକୋର୍ଟ, ଏସ୍‌ସିବି ମେଡିକାଲ, ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କଟକ ଚଣ୍ଡୀ ମନ୍ଦିର ଯାଇ ମା'ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ନଖରା ସ୍ଥିତ ବ୍ରହ୍ମକୁମାରୀ ଆଶ୍ରମ, ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ, ସମେତ ଅନ୍ୟାନ୍ୟ କିଛି ସ୍ଥାନକୁ ରାଷ୍ଟ୍ରପତି ଯିବା ନେଇ ସୂଚନା ରହିଛି । ଏନେଇ ଏହି ତିନୋଟି ଅନୁଷ୍ଠାନକୁ ସରକାରୀସ୍ତରରେ ସୂଚିତ କରାଯାଇ ସାରିଥିବା ମେୟର କହିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ପୂର୍ବରୁ ଥରେ ଆସି ସାରିଥିବା ବେଳେ ଏହା ତାଙ୍କ ଦ୍ବିତୀୟ ଗସ୍ତ ହେବ । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ପୋଲିସ ନରାଜ ନିକଟରେ ହେଲିପ୍ୟାଡ୍‌ ବନ୍ଦୋବସ୍ତ ସହ ତାଙ୍କ ପୁରା ଗସ୍ତ ରୁଟ୍ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଉପରେ ନଜର ରଖିଛି । ଏହାସହ CMC ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମେୟର ଏବଂ କମିଶନର । ଏହି ପରିପ୍ରେକ୍ଷୀରେ CMC ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମେୟର କମିଶନରଙ୍କ ସମେତ ଚୌଦ୍ଵାର କଟକର ବିଧାୟକ ଯୋଗଦେଇ କର୍ପୋରେଟର ଏବଂ CMCର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

କଟକ କମିଶନର ନିଖିଳ ପୱନ କଲ୍ୟାଣ କହିଛନ୍ତି, "ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାସ୍ତା ଘାଟ, ସ୍ୱଚ୍ଛତା ପରିମଳ ବ୍ୟବସ୍ଥା, ଆଲୋକିକରଣ, ଇତ୍ୟାଦି ବିଷୟ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି । ଲଘୁଚାପଜନିତ ବର୍ଷା ଜାରି ରହିଥିବାରୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କଟକ ସହରରେ ଯେପରି ଜଳବନ୍ଦୀ ସମସ୍ୟା ନଉପୁଜେ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି । ଏହା ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ମଧ୍ୟ ସିଏମସି ପକ୍ଷରୁ ଗ୍ରହଣ କରଯାଉଛି ।"

ଅଧିକ ପଢନ୍ତୁ: President Odisha Visit: କାର୍ଯ୍ୟକ୍ରମ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟା ଭିଡ଼ିଲା ରାଜ୍ୟ ପ୍ରଶାସନ

ପୂର୍ବରୁ ରାଷ୍ଟ୍ରପତିଙ୍କ କଟକ ଗସ୍ତ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୌଠକରେ ପୋଲିସ କମିଶନର, କଟକ ଡିସିପି, କଟକ ଜିଲ୍ଲାପାଳ, ସିଏମସି କମିଶନର, ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ, ଟାଟା ପାୱାର ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ସୁରୁଖୁରୁରେ କିପରି ସମାପନ ହେବ ସେନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା ।

ଇଟିଭି ଭାରତ , କଟକ

ABOUT THE AUTHOR

...view details