ଓଡିଶା

odisha

ETV Bharat / state

ଚିଟଫଣ୍ଡ ଠକେଇ: ମାଇକ୍ରୋ ଫାଇନାନ୍ସ ମ୍ୟାନେଜରଙ୍କୁ ୫ ବର୍ଷ ଜେଲଦଣ୍ଡ

ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ ଦ୍ବାରା ମାଇକ୍ରୋ ଫାଇନାନ୍ସ ମ୍ୟାନେଜର ଅମୀୟ ମହାନ୍ତିଙ୍କୁ ୫ ବର୍ଷ ଜେଲଦଣ୍ଡ ସହ 1ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି ।

ମାଇକ୍ରୋ ଫାଇନାନ୍ସ ମ୍ୟାନେଜରଙ୍କୁ ୫ ବର୍ଷ ଜେଲଦଣ୍ଡ
ଫାଇଲ ଫଟୋ

By

Published : Dec 24, 2019, 7:50 AM IST

କଟକ: ଚିଟଫଣ୍ଡ ଠକାମୀରେ ସଂପୃକ୍ତ ଅମୀୟ ମହାନ୍ତିଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର ଚିଟଫଣ୍ଡ ଅଦାଲତ । ଏହା ସହ ଜୋରିମାନା ଅର୍ଥରୁ 20 ହଜାର ଲେଖାଏଁ 4 ଜଣ ସାକ୍ଷୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେ ମାଇକ୍ରୋ ଫାଇନାନ୍ସ ଶାଖା ପରିଚାଳକ ରହିଥିବା ବେଳେ ତାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା ।

ଶାଖା ପରିଚାଳକ ଅମୀୟ ମହାନ୍ତି ତାଙ୍କ ଏଜେଣ୍ଟ ମାନଙ୍କ ଦ୍ବାରା ସାଧାରଣ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲେ । ୨୦୧୪ ମସିହାରେ କ୍ଷତିଗ୍ରସ୍ତମାନେ ରଘୁନାଥପୁର ଥାନାରେ ଅମୀୟଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଏହାପରେ ସ୍ବତନ୍ତ୍ର ଅଦାଲତ ଏହାର ଶୁଣାଣୀ କରି ସୋମବାର ଏହି ରାୟ ପ୍ରଦାନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details