ଓଡିଶା

odisha

ETV Bharat / state

ନିର୍ଦ୍ଦୋଷରେ ନୁହେଁ, ବେଲରେ ଆସିଲେ ଚନ୍ଦନ

ବହୁ ଚର୍ଚ୍ଚିତ ଚନ୍ଦନ ମହାରଣା ଗିରଫ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ । ମଙ୍ଗଳବାର ରାତିରେ ଜାମିନରେ ଆସିଲେ ଚନ୍ଦନ। ଯାହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

By

Published : Mar 27, 2019, 8:33 PM IST

କଟକ: ବହୁ ଚର୍ଚ୍ଚିତ ଚନ୍ଦନ ମହାରଣା ଗିରଫ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ । ମଙ୍ଗଳବାର ରାତ୍ରିରେ ଜାମିନରେ ଆସିଲେ ଚନ୍ଦନ। ଯାହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ଦୀର୍ଘ 17 ଦିନ ଜେଲର କାଳ କୋଠରୀରେ ରହିବା ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଖି ଭାଵବିହ୍ବଳ ହୋଇଥିଲେ ଚନ୍ଦନ। କିନ୍ତୁ ଏବେ ଗୋଟିଏ କଥାକୁ ନେଇ ଏବେ ଚିନ୍ତାରେ ପରିବାର । କାରଣ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଦେଇଥିବା ପ୍ରତିଶ୍ରୁତି ଧୂଆଁବାଣ ହୋଇଯିବନି ତ? ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ବେପରୁଆ ତଦନ୍ତର ଶିକାର ହୋଇଥିଲେ ଚାନ୍ଦିନୀଚୌକ ଅଞ୍ଚଳର ଚନ୍ଦନ ମହାରଣା । ବିନା ଦୋଷରେ ଦୀର୍ଘ 17 ଦିନ ଜେଲରେ ପଡି ରହିଥିଲେ। ଜଣେ ନିର୍ଦ୍ଦୋଷକୁ ନେଇ ଜେଲରେ ରଖିବା ଏହା କେଉଁ ଆଇନ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ଏହାସହିତ ଯେଉଁପରି ଭାବରେ ମୋ ସହ ଅନ୍ୟାୟ ହୋଇଛି ତାହାର ନ୍ୟାୟ ପାଇଁ ମୁଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବି ବୋଲି ଚେତାବନୀଦେଇଛନ୍ତି ଚନ୍ଦନ ।

ଅନ୍ୟପଟେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଦେଇଥିବା ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । କଣ ପାଇଁ ଚନ୍ଦନ ବେଲରେ ଆସିଲେ? ଯେଉଁ ନିର୍ଦ୍ଦୋଷରେ ଖଲାସ ହେବା କଥା କହିଥିଲେ ତାହା କଣ ଧୂଆଁବାଣ ବୋଲି ସିଧାସଳଖ କହିଛନ୍ତି ପରିବାର ସଦସ୍ୟ।

ତେବେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଚନ୍ଦନଙ୍କୁ ଦେଇଥିବା ନିର୍ଭୟ ପ୍ରତିଶ୍ରୁତି କଣ ଫେଲ ମାରିବ? ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details