କଟକ: ସାବଧାନ ! ମାଲଗୋଦାମରେ ଅପମିଶ୍ରିତ ବ୍ୟବସାୟ କରିଲେ ସାରାଦିନ ପାଇଁ ମାଲଗୋଦାମରୁ ବାସନ୍ଦ ହେବେ ଅସାଧୁ ବ୍ୟବସାୟୀ। ଏଭଳି କଠୋର ନିଷ୍ପତ୍ତି ନେଇଛି ମାଲଗୋଦାମ ବ୍ୟବସାୟୀ ସଂଘ ।
'ଅପମିଶ୍ରିତ ବ୍ୟବସାୟ କଲେ ବାସନ୍ଦ ହେବେ ବ୍ୟବସାୟୀ'
ମାଲଗୋଦାମରେ ଅପମିଶ୍ରିତ ବ୍ୟବସାୟ କରିଲେ ସାରାଦିନ ପାଇଁ ମାଲଗୋଦାମରୁ ବାସନ୍ଦ ହେବେ ଅସାଧୁ ବ୍ୟବସାୟୀ। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...
କଟକ ମାଲଗୋଦାମରେ ଅପମିଶ୍ରିତ ବାହାରିଲେ ସଂଘ ନେବ କଡା ପଦକ୍ଷେପ । ଅପମିଶ୍ରିତ ସାମଗ୍ରୀ ଯାଞ୍ଚ ପାଇଁ ସଙ୍ଘ ପକ୍ଷରୁ ଏକ ଟିମ ଗଠନ କରାଯାଇଛି। ଏହି ଟିମ ବିଭିନ୍ନ ଦୋକାନରେ ଯାଞ୍ଚ କରିବ। ଯଦି କେହି ଅପମିଶ୍ରିତ ସାମଗ୍ରୀ ବିକ୍ରୟ କରୁଥାଏ,ତେବେ ଏହି ଟିମ ପୋଲିସକୁ ସୂଚନା ଦିଆଯିବ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନାଯୋଗ୍ୟ ମାଲଗୋଦାମ ଅଞ୍ଚଳରୁ ଅପମିଶ୍ରିତ ଲଙ୍କା ଗୁଣ୍ଡ, ହଳଦୀଗୁଣ୍ଡ, ଘିଅ, ତେଲ ଆଦି ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା। କମିଶନରେଟ ପୋଲିସ ପକ୍ଷରୁ ଜବତ କରିବା ପରେ ଏଭଳି କଠୋର ନିଷ୍ପତ୍ତି ନେଇଛି ମାଲଗୋଦାମ ବ୍ୟବସାୟୀ ସଂଘ। ତେବେ ଏଭଳି ଘଟଣାକୁ ନେଇ ସଙ୍ଘ ମର୍ମାହତ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ