ଓଡିଶା

odisha

ETV Bharat / state

ସରକାରୀ କର୍ମଚାରୀଙ୍କ ଦରମାକୁ ନେଇ ହାଇକୋର୍ଟରେ ମାମଲା ଦାଏର - ସରକାରୀ କର୍ମଚାରୀ

କାର୍ଯ୍ୟାଳୟକୁ ଆସୁନଥିବା ସରକାରୀ କର୍ମଚାରୀଙ୍କୁ ପୁରା ଦରମା ନ ଦେବା ପାଇଁ ହାଇକୋର୍ଟରେ ଦାଏର ହେଲା ମାମଲା । ଅଧିକ ପଢନ୍ତୁ...

ସରକାରୀ କର୍ମଚାରୀଙ୍କ ଦରମାକୁ ନେଇ ହାଇକୋର୍ଟରେ ମାମଲା ଦାଏର
ସରକାରୀ କର୍ମଚାରୀଙ୍କ ଦରମାକୁ ନେଇ ହାଇକୋର୍ଟରେ ମାମଲା ଦାଏର

By

Published : Jun 10, 2021, 10:25 AM IST

କଟକ: କୋରୋନା ମହାମାରୀ ସମୟରେ ଘରେ ରହି କାମ କରୁଥିବା ସରକାରୀ କର୍ମଚାରୀ ପୁରା ଦରମା ପାଇବାକୁ ଯୋଗ୍ୟ ନୁହେଁ। ସେମାନଙ୍କ ଦରମା କଟାଯାଉ। ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି ।

ସରକାରୀ କର୍ମଚାରୀଙ୍କ ଦରମାକୁ ନେଇ ହାଇକୋର୍ଟରେ ମାମଲା ଦାଏର

କାର୍ଯ୍ୟାଳୟକୁ ଆସୁନଥିବା ସରକାରୀ କର୍ମଚାରୀଙ୍କ ପାଇଁ ‘ନୋ ୱାର୍କ ନୋ ପେ’ ନିୟମ ଲାଗୁ କରାଯାଉ। କୋରୋନା ସଂକ୍ରମଣ ଯୋଗୁଁ ସରକାର ସପ୍ତାହନ୍ତ ସଟ୍ ଡାଉନ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ସାରା ରାଜ୍ୟରେ ସଟ୍ ଡାଉନ ଘୋଷଣା କରାଯାଇଥିଲା। ଏଭଳି ସ୍ଥିତିରେ ସାଧାରଣ ଲୋକ କର୍ମକ୍ଷେତ୍ରକୁ ଯାଇ ନପାରି ଘରେ ରହି ରୋଜଗାର ହରାଇଛନ୍ତି। ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟାଳୟରେ ଯଥା ସମ୍ଭବ କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରାଯାଉଛି।

ଅଧିକାଂଶ ସରକାରୀ କର୍ମଚାରୀ ଅଫିସ ନ ଆସି ଘରେ ରହିଛନ୍ତି । ଏଭଳି ସରକାରୀ କର୍ମଚାରୀ କାମ କରୁ ନଥିବାରୁ ସେମାନଙ୍କୁ ପୁରା ଦରମା ଦିଆ ନଯାଉ। ‘ନୋ ୱାର୍କ ନୋ ପେ’ ନିୟମ ଲାଗୁ କରି ଏଭଳି ସରକାରୀ କର୍ମଚାରୀଙ୍କ ଦରମା କଟାଯିବା ଉଚିତ । କରୋନା ମୁକାବିଲାରେ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ଏଭଳି ସରକାରୀ କର୍ମଚାରୀଙ୍କୁ ସଂପୂର୍ଣ୍ଣ ଦରମା ନ ଦେଇ ଯେଉଁ ଅର୍ଥ ମିଳିବ ତାହା ଜନସାଧାରଣଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details